ପ୍ରବଳ ଶୀତ ଯୋଗୁଁ ବଦଳିଲା ସ୍କୁଲ ସମୟ, ଶନିବାର ସକାଳୁଆ ପରିବର୍ତ୍ତେ ଦିନ ୧୦ଟାରୁ ୪ଟା ପାଠପଢ଼ା
ରାଜ୍ୟରେ ଜାରି ରହିଛି ପ୍ରବଳ ଶୀତ ଲହରୀ। ସକାଳୁ ସକାଳୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ଭଦ୍ରକ ଜିଲା ପ୍ରଶାସନ ସମସ୍ତ ସ୍କୁଲରେ ଶନିବାର ସକାଳ ଶ୍ରେଣୀ ପରିବର୍ତ୍ତେ ଦିନ ସିଫ୍ଟରେ କ୍ଲାସ୍ କରିବାକୁ ନିର୍ଦ୍ଦେଶ ଦେଇଛି।

ଭଦ୍ରକ ଜିଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଏ ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ଆଦେଶ ଅନୁଯାୟୀ, ଜାନୁଆରୀ ଦ୍ୱିତୀୟ ସପ୍ତାହରୁ ଆରମ୍ଭ କରି ଫେବୃଆରୀ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସ୍କୁଲରେ ଶନିବାର କେବଳ ଦିନ ସିଫ୍ଟରେ କ୍ଲାସ୍ କରାଯିବ।
ଏହା ପୂର୍ବରୁ ଗଞ୍ଜାମ ଜିଲା ପ୍ରଶାସନ ମଧ୍ୟ ପ୍ରଚଳିତ ଥଣ୍ଡା ପାଗକୁ ଦୃଷ୍ଟିରେ ରଖି ଶନିବାର ସ୍କୁଲଗୁଡ଼ିକୁ ସକାଳ ଶ୍ରେଣୀ ବଦଳରେ ଦିନ ସିଫ୍ଟରେ କ୍ଲାସ୍ କରିବାକୁ କହିଥିଲା।












Click it and Unblock the Notifications