Get Updates
Get notified of breaking news, exclusive insights, and must-see stories!

୨୪ ଘଣ୍ଟାରେ ବଲାଙ୍ଗିରରେ ସର୍ବାଧିକ ୨୧୫ ମିମି ବର୍ଷା : ଜିଲ୍ଲାର ସବୁ ସ୍କୁଲ୍ ବନ୍ଦ

ବର୍ଷା ପାଇଁ ବଲାଙ୍ଗୀରର ସବୁ ସ୍କୁଲ ବନ୍ଦ । ବଲାଙ୍ଗୀର ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ବନ୍ଦ ରହିବ । ଏ ନେଇ ବଲାଙ୍ଗିର ଜିଲ୍ଲାପାଳ ଟୁଇଟ କରିଛନ୍ତି । ତେବେ ଜିଲ୍ଲାରେ ପ୍ରବଳ ବର୍ଷା ହେତୁ ଜିଲ୍ଲାପାଳ ଏ ନେଇ ଟୁଇଟ କରିଛନ୍ତି ।

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ହୋଇଛି । ୨୪ ଘଣ୍ଟାରେ ବଲାଙ୍ଗିରରେ ସର୍ବାଧିକ ୨୧୫ ମିମି ବର୍ଷା ରେକର୍ଡ ହୋଇଛି ।

କଳାହାଣ୍ଡି ଏମ୍‌. ରାମପୁରରେ ୧୯୩ ମିମି । ଥୁ.ରାମପୁରରେ ୧୫୮ ମିମି, କଣ୍ଟାମାଳରେ ୧୫୮, କେନ୍ଦ୍ରାପଡ଼ାରେ ୧୩୨.୪ ମିମି, ଝାରସୁଗୁଡ଼ାରେ ୭୬.୮, ଭୁବନେଶ୍ବରରେ ୫୫ ମିମି ବର୍ଷା ରେକର୍ଡ ହୋଇଛି ।

ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି । ପ୍ରଭାବରେ ଆସନ୍ତା ୪ଦିନ ପ୍ରବଳ ବର୍ଷିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ୫ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ।

school_close

ଲଘୁଚାପ ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି ।ପ୍ରଭାବରେ ସାଲୁଙ୍କୀ ନଦୀ ବ୍ରିଜ ଉପରେ ପାଣି ପ୍ରବାହିତ ହୋଇଛି । ନଦୀଖଣ୍ଡିସାହିରୁ ଡାକପାଲା ସାଲୁଙ୍କୀ ନଦୀ ବ୍ରିଜ ବୁଡ଼ିଲା। ଗୋଚ୍ଛାପଡ଼ାରୁ ସଲାଗୁଡ଼ା ରାସ୍ତା ଜଳମଗ୍ନ ହୋଇଛି । ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ରହିଛି ।

ଲଗାଣ ବର୍ଷା ଯୋଗୁଁ ମାଲକାନଗିରି-ମୋଟୁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଲ ଉପରେ ୫ ଫୁଟ୍‌ର ପାଣି ପ୍ରବାହିତ ହୋଇଛି ।

ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢୁଥିବାରୁ ଆଉ ୮ଟି ଗେଟ୍ ଖୋଲିଛି । ବର୍ତ୍ତମାନ ସୁଦ୍ଧା ୧୦ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସନ ଜାରି ରହିଛି ।

ଆଜି ବି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେଗୁଡିକ ହେଲା, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଓ ନବରଙ୍ଗପୁର । ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି କଟକ, ନୟାଗଡ଼, ଅନୁଗୁଳ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଆଜି ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+