ନୂଆ ବର୍ଷରୁ ଖୋଲିବ ସ୍କୁଲ! : ପରୀକ୍ଷାମୂଳକ ଭାବେ ହେବ ୧୦୦ ଦିନ କ୍ଲାସ
ନୂଆ ବର୍ଷ ଅର୍ଥାତ ଜାନୁଆରୀ ମାସରେ ସ୍କୁଲ୍ ଖୋଲିବା ନେଇ ଯୋଜନା ଚାଲିଛି । ଏ ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
ଭୁବନେଶ୍ୱର: ଚଳିତ ବର୍ଷ ଆଉ ଖୋଲିବ ନାହିଁ ସ୍କଲ । ଫଳରେ ନୂଆବର୍ଷ ଅର୍ଥାତ ଜାନୁଆରୀ ମାସରେ ସ୍କୁଲ୍ ଖୋଲିବା ନେଇ ଯୋଜନା ଚାଲିଛି । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ତେବେ ସ୍କୁଲ ଖୋଲିବା ପରେ ପ୍ରଥମେ ଉଚ୍ଚ ଶ୍ରେଣୀ ଗୁଡିକକୁ ଗୁରୁତ୍ବ ଦିଆଯିବା ବୋଲି ମନ୍ତ୍ରୀ କହିଛନ୍ତି । ପ୍ରଥମେ ଆମେ ଦଶମ ଓ ଦ୍ୱାଦଶ ଶ୍ରେଣୀକୁ ପ୍ରାଥମିକତା ଦେବୁ। ବାକି କ୍ଲାସ୍ ଗୁଡ଼ିକ ଖୋଲିବ କି ନାହିଁ, ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ସ୍କୁଲ ଖୋଲିବା ପରେ ଅତିକମରେ ୧୦୦ ଦିନ ଧରି କ୍ଲାସ୍ ହେବ। ଏପରିକି ଶନିବାର ଓ ରବିବାର ହେବ ପାଠପଢ଼ା । ଯାହା ପରେ ପରୀକ୍ଷା ହେବ ବୋଲି କହିଛନ୍ତି ମନ୍ତ୍ରୀ।
ମନ୍ତ୍ରୀ ଆହୁରି କହିଛନ୍ତି, ପିଲାମାନେ କିଭଳି ସହଜରେ ପଢି ପରୀକ୍ଷା ଦେବେ ସେନେଇ ଯୋଜନା ହେବ । ଚାପମୁକ୍ତ କରିବା ପାଇଁ ପିଲାଙ୍କୁ ସ୍ବତନ୍ତ୍ର ମାଟେରିଆଲ ଯୋଗାଇ ଦିଆଯାଇପାରେ ।












Click it and Unblock the Notifications