୪୫ ଡ଼ିଗ୍ରୀ ଉପରେ ତାପମାତ୍ରା: ବଢିବ କି ସ୍କୁଲ ଛୁଟି ?
ଭୁବନେଶ୍ୱର: ବଢିବ କି ସ୍କୁଲ୍ ଛୁଟି ? ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ଭିତରେ ସ୍କୁଲ ଛୁଟି ବଢ଼ିବାରେ। ଉପକୂଳ ଓ ପଶ୍ଚିମ ଓଡିଶାରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଏପରିକି ସକାଳ ୫ଟାରୁ ତାପମାତ୍ର ୩୦ ଡ଼ିଗ୍ରୀ। ସେହିପରି ଦିନର ତାପମାତ୍ରା ୪୫ ଡ଼ିଗ୍ରୀ ଉପରେ। ଏହାରି ଭିତରେ ସ୍କୁଲ କିପରି ଖୋଲିବ ତାହା ପ୍ରଶ୍ନ?
ପୂର୍ବ କ୍ୟାଲେଣ୍ଡର ଅନୁସାରେ ଜୁନ୍ ୧୬ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି ରହିବ ବୋଲି ସେତେବେଳେ ବିଭାଗୀୟ ମନ୍ତ୍ରୀ କହିଥିଲେ। ଏହା ସହ ସ୍କୁଲ ଖୋଲିବା ନେଇ ଯଦି କିଛି ପରିବର୍ତ୍ତନ ଆବଶ୍ୟକ ପଡ଼େ ପରେ ନିଷ୍ପତ୍ତି ହେବ ସେ କହିଥିଲେ। ମାତ୍ର ବର୍ଦ୍ଧିତ ଖରା ହେତୁ ସ୍କୁଲ ଆହୁରି ଛୁଟି ହୋଇପାରେ।

ବର୍ତ୍ତମାନ ଆଭ୍ୟନ୍ତରୀଣ ପଶ୍ଚିମ ସାଙ୍ଗକୁ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହିଟ୍ ୱେଭ୍ ସ୍ଥିତି ଜାରି ରହିଛି । ଆସନ୍ତା ଦୁଇ ଦିନ ଏହା ଆହୁରି ତାତି ବଢିବ। ତେବେ କାଳବୈଶାଖୀ ସମ୍ଭାବନା ଥିବାରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । କିନ୍ତୁ ଉତ୍ତର ଆଭ୍ୟନ୍ତରୀଣ ରେ ଜାରି ରହିବ ହିଟ୍ ୱେଭ୍ । ଏହାରି ଭିତରେ ସ୍କୁଲ ନ ଖୋଲା ହୋଇପାରେ। ଆଗରୁ ବି ଏହିପରି ଅନେକ ବର୍ଷ ଅଧିକ ଗ୍ରୀଷ୍ମପ୍ରବାହ ହେତୁ ସ୍କୁଲ ଛୁଟି ଅଧିକ ଦିନ ହେବାର ନଜିର ଅଛି।












Click it and Unblock the Notifications