Get Updates
Get notified of breaking news, exclusive insights, and must-see stories!

ଏଣିକି ଛାଡ଼ ହେବ ସ୍କୁଲ ଫି’ !, 7ଟି ପର୍ଯ୍ୟାୟରେ କୋହଳ ହେବ

ଏଣିକି ଘରୋଇ ସ୍କୁଲର ଫିସ କମିବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ଭୁବନେଶ୍ୱର: ଦାବି ଶୁଣିଲେ ରାଜ୍ୟ ସରକାର । ଏଣିକି ଘରୋଇ ସ୍କୁଲର ଫିସ କମିବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟ ଆଧାରରେ ୭ଟି ସ୍ଲାବରେ ସ୍କୁଲ ଫି କୋହଳ କରାଯିବ।

School fee

ଏଥିସହ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନ ଇଚ୍ଛା ସ୍କୁଲ ପକ୍ଷରୁ ଆଦାୟ କରାନଯାଇ ପ୍ରକୃତ ସ୍ଥିତିକୁ ଦେଖି ପଦକ୍ଷେପ ନେବାକୁ କୁହାଯାଇଛି। ୨୦୨୦-୨୧ ଶିକ୍ଷାବର୍ଷ ଲାଗି କୌଣସି ବି ବିଦ୍ୟାଳୟ ଫି' ବୃଦ୍ଧି କରିପାରିବେ ନାହିଁ। ହଷ୍ଟେଲ ଫି' ୩୦% ଛାଡ଼ ହେବ। ସ୍କୁଲ ନ ଖୋଲିବା ପର୍ଯ୍ୟନ୍ତ ଆକ୍ଟିଭିଟି ଫି, ଲଣ୍ଡ୍ରି ଫି, ଏକ୍ସଟର୍ନାଲ ଏକ୍ ଜାମ ଫି, ୟୁନିଫର୍ମ ଫି, କନଭେୟାନ୍ସ ଫି, ରିଆଡମିସନ୍ ଫି', ଡେଭଲପମେଣ୍ଟ ଫି, ଆନୁଆଲ ଫି ଆଦାୟ ନକରିବାକୁ କୁହାଯାଇଛି। ହାଇକୋର୍ଟଙ୍କ ରାୟ ଆସିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+