School Closed: ବର୍ଷାରେ ବେହାଲ ସ୍ଥିତି, ଏହି ତିନି ଜିଲ୍ଲାରେ ସ୍କୁଲ ଛୁଟି
ସାରା ରାଜ୍ୟରେ ଜାରି ରହିଛି ବର୍ଷା । ତିନି ଜିଲ୍ଲାରେ ସ୍କୁଲ ଛୁଟି । ଗଭୀର ଅବପାତ ପ୍ରଭାବରୁ ଲଗାଣ ବର୍ଷା ହେଉଛି । ଫଳରେ ମାଲକାନଗିରିରେ ବନ୍ୟା ପରିସ୍ଥିତି ଦେଖାଦେଇଥିବା ବେଳେ କୋରାପୁଟ ଏବଂ ରାୟଗଡାର ସ୍ଥିତି ମଧ୍ୟ ସଙ୍ଗୀନ ରହିଛି । ତେବେ ଆଜି ମଧ୍ୟ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ତିନି ଜିଲ୍ଲାରେ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।

କୋରାପୁଟ ,ମାଲକାନଗିରି ଏବଂ ଗଞ୍ଜାମରେ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ । ବର୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ । ତେବେ ସ୍କୁଲ ବନ୍ଦ ରହିଲେ ହେଁ ଶିକ୍ଷକ ଏବଂ ଅନ୍ୟ କର୍ମଚାରୀଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରକାଶଥାଉକି ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ସୋମବାର ଦିନ ଓଡିଶା ଉପକୂଳ ଅତିକ୍ରମ କରିଛି । ଏହା ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେବା ସହିତ ଆଭ୍ୟନ୍ତରୀଣ ଓଡିଶା ଆଡକୁ ଯାଉଛି । ତେବେ ଏହା ଆସନ୍ତା 24 ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଲଘୁଚାପର ରୂପ ନେବ ବୋଲି ଆକଳନ କରାଯାଇଛି । ତେବେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରିଛନ୍ତି । ମାଲକାନଗିରିର ଅନେକ ସ୍ଥାନରେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ଲୋକେ । କିନ୍ତୁ ରାଜ୍ୟରେ ବନ୍ୟା ପରିସ୍ଥିତି ନଥିବା ସ୍ପଷ୍ଟ କରାଯାଇଛି ।
ରାଜ୍ୟରେ ଜାରି ରହିଛି ବର୍ଷା । ଗଭୀର ଅବପାତ ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। ଲଗାଣ ବର୍ଷାରେ ମାଲକାନଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କୋରାପୁଟ୍ ଓ ରାୟଗଡାରେ ବି ସ୍ଥିତି ବେହାଲ ହୋଇଛି। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଆଜି ବି ବର୍ଷା ଲାଗି ରହିବ। ତେବେ, ପଶ୍ଚିମ ଓଡି଼ଶାରେ ପ୍ରବଳ ବର୍ଷା ହେବ। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ସୋମବାର ଦିନ ପୁରୀ ପାଖରେ ଓଡି଼ଶା ଉପକୂଳ ଅତିକ୍ରମ କରିଛି। ଏହା ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେବାସହ ଆଭ୍ୟନ୍ତରୀଣ ଓଡ଼ିଶା ଆଡକୁ ଯାଉଛି। ଏହା ଦୁର୍ବଳ ହୋଇ ଅବପାତକୁ ଖସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏବଂ ଆସନ୍ତା ୨୪ ଘଣ୍ଟାରେ ଏହା ଉତ୍ତର ଛତିଶଗଡ ଆଡ଼କୁ ଗତି କରିବ। ମଙ୍ଗଳବାର ସୁଧା ଏହା ଆହୁରି ଦୁର୍ବଳ ହୋଇ ସୁଦୃଶ୍ୟ ଲଘୁଚାପକୁ ଖସିଯିବ ବୋଲି ଆକଳନ କରାଯାଇଛି।












Click it and Unblock the Notifications