School Close: ଆଜି ୪ ଜିଲ୍ଲାରେ ସବୁ ସ୍କୁଲ୍ ବନ୍ଦ, ଭୀଷଣ ବର୍ଷା ଆଶଙ୍କା

ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ କୋରାପୁଟ, ମାଲକାନାଗିରି, ଗଞ୍ଜାମ ଓ ନୂଆପଡ଼ା ଜିଲ୍ଲାରେ ଆଜି ସମସ୍ତ ସ୍କୁଲ୍ ବନ୍ଦ ରହିବ। ଛାତ୍ରୀଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ମାଲକାନାଗିରି ଜିଲ୍ଲାରେ ସମସ୍ତ ସରକାରୀ, ବେସରକାରୀ ସ୍କୁଲ୍ ଓ ଅନୁଦାନ ପ୍ରାପ୍ତ ସ୍କୁଲଗୁଡିକୁ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କୋରାପୁଟରେ ମଧ୍ୟ ଜିଲ୍ଲାପାଳ ସମାନ ନିର୍ଦ୍ଦେଶ ଦେଇଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀଙ୍କୁ ସ୍କୁଲରେ ଉପସ୍ଥିତ ରହିବା ପାଇଁ କୁହାଯାଇଛି।

All schools closed in 4 districts today

ଅନ୍ୟପଟେ ଗଞ୍ଜାମ ଜିଲ୍ଲାରେ ଆଜି ସ୍କୁଲ୍ ସମେତ ଅଙ୍ଗନବାଡି କେନ୍ଦ୍ରଗୁଡିକୁ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଖାଲି ସେତିକି ନୁହେଁ ଆଜି ଠାରୁ ଦୁଇଦିନ ପର୍ଯ୍ୟନ୍ତ ଜିଲ୍ଲାର କୌଣସି ସରକାରୀ କର୍ମଚାରୀ ଜିଲ୍ଲା ମୁଖ୍ୟାଳୟ ଛାଡିପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+