କଟକରେ ସ୍କୁଲ୍ ବସ୍ ଦୁର୍ଘଟଣା ଗ୍ରସ୍ତ, ବସରେ ଥିଲେ ୩୦ ପିଲା

ସିଲଭର ସିଟିରେ ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ । ୩୦ ପିଲାକୁ ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ସିଡିଏ-୧୦ରେ ଏକ ଘରୋଇ ସ୍କୁଲ୍ ବସ୍ ଡିଭାଇଡରରେ ପିଟି ହୋଇଛି । ଫଳରେ ଡିଭାଇଡରରେ ପିଟି ହୋଇ ବସଟି ଗଛ ଭିତରକୁ ପଶିଯାଇଛି ।

କଟକ: ସିଲଭର ସିଟିରେ ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ । ୩୦ ପିଲାକୁ ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ସିଡିଏ-୧୦ରେ ଏକ ଘରୋଇ ସ୍କୁଲ୍ ବସ୍ ଡିଭାଇଡରରେ ପିଟି ହୋଇଛି । ଫଳରେ ଡିଭାଇଡରରେ ପିଟି ହୋଇ ବସଟି ଗଛ ଭିତରକୁ ପଶିଯାଇଛି । ତେବେ ସୌଭାଗ୍ଯ ବଶତଃ ବସରେ ଥିବା ସମସ୍ତ ସ୍କୁଲ୍ ପିଲାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ, ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ଓ ପୋଲିସ୍ ପହଁଚି ପରିସ୍ଥିତି ନିୟନ୍ତ୍ରଣ କରୁଛନ୍ତି।

School Bus Accident at Cuttack

ଦୁର୍ଘଟଣା ପରେ ବସ୍‌କୁ ବାହାର କରିବା ପାଇଁ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ଜାରି ରଖିଛନ୍ତି । ତେବେ ବସରେ ଯାତ୍ରା କରୁଥିବା ସମସ୍ତ ପିଲା ସୁରକ୍ଷିତ ଥିବା ସୂଚନା ମିଳିଛି । ଅନ୍ୟପଟେ ପୂର୍ବରୁ ମଧ୍ୟ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ଅଭିଭାବକ ଅସନ୍ତୋଷ ଜାହିର କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଆଜି ସକାଳୁ ପ୍ରାୟ ୩୦ ପିଲାଙ୍କୁ ନେଇ ବସ୍‌ଟି କଟକ ସିଡିଏସ୍ଥିତ ସ୍କୁଲ ଅଭିମୁଖେ ଯାଉଥିଲା । ମାତ୍ର ଫେଜ-୨ ଥାନା ପାଖରେ ବସ୍‌ଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବା ସହ ଏକ ଗଛକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବସ୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ମାତ୍ର ସୌଭାଗ୍ୟବଶତଃ ବସରେ ଥିବା ସ୍କୁଲ ପିଲା ସୁରକ୍ଷିତ ଅଛନ୍ତି । ଘଟଣା ସ୍ଥଳରେ ପୋଲିସ୍‌ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+