ଏକ ବର୍ଷ ପୂର୍ତ୍ତିରେ ରିପୋର୍ଟ କାର୍ଡ ଦେବ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ, ବିଭିନ୍ନ ଯୋଜନା ବାବଦରେ ଅବଗତ କରାଯିବ
ରିପୋର୍ଟ କାର୍ଡ ଦେବ ସ୍କୁଲ ଓ ଗଣ ଶିକ୍ଷା ବିଭାଗ। ଏ ନେଇ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ସରକାରଙ୍କ ଏକ ବର୍ଷ ପୂର୍ତ୍ତିରେ ବିଭାଗ ଦେବ କାର୍ଡ। ଶିକ୍ଷାରେ ସଂସ୍କାର ପାଇଁ ବିଭାଗ ଅନେକ ଯୋଜନା ଆଣିଛି। ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି ବୋଲି ସୂଚନା ରହିଛି।

ମୁଖ୍ୟମନ୍ତ୍ରୀ ପିଏମଓ ସହ ଯୋଗାଯୋଗରେ ଅଛନ୍ତି ବୋଲି କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେ, ବର୍ଷ ପୂର୍ତ୍ତିକୁ ଉତ୍ସବ ନୁହେଁ, ଉତ୍ତରଦାୟିତ୍ୱ କାର୍ଯ୍ୟକ୍ରମ ଭାବେ ପାଳିବୁ।
ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ଜୁନ ୧୨ରୁ ୧୯ ତାରିଖ ଯାଏଁ ଚାଲିବ ବିଭିନ୍ନ କାର୍ଯ୍ୟକ୍ରମ। ଜିଲ୍ଲାଠୁ ନେଇ ବ୍ଲକ, ପଞ୍ଚାୟତ, ପୌରସଂସ୍ଥାରେ କାର୍ଯ୍ୟକ୍ରମ କରାଯିବ। ବର୍ଷକର ୧୧ ନିର୍ବାଚନ ପ୍ରତିଶ୍ରୁତି ପୂରଣ ହୋଇଛି।












Click it and Unblock the Notifications