ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଏସସିଏଫ୍ ରେବତୀ ରମଣ ଯୋଶୀ

ଗିରଫ ହେଲେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସସିଏଫ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏସସିଏଫ୍ ରେବତୀ ରମଣ ଯୋଶୀଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ସମ୍ବଲପୁର ଟାଉନରୁ ଏକ ୩ ମହଲା ଘର ସମେତ ୩ କୋଠା , ସମ୍ବଲପୁର ଓ ବରଗଡରେ ୭ଟି ପ୍ଲଟ୍ ଓ ୪ଟି ଫ୍ଲାଟ୍ ଠାବ ହୋଇଛି। ଚଢାଉ ବେଳେ ନଗଦ ୧୪.୭୧ ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି।

Revathi Raman Joshi

ସୂଚନା ଅନୁସାରେ ଶୁକ୍ରବାର ସକାଳେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ୍‌ ରେବତୀ ରମଣ ଯୋଶୀଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ବନ ଅଧିକାରୀ ଶ୍ରୀ ଯୋଶୀଙ୍କ ବିରୋଧରେ ଅଭିଯୋଗ ମିଳିବା ପରେ ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ୱାରେଣ୍ଟ ବଳରେ ତାଙ୍କର ସମ୍ବଲପୁର ସ୍ଥିତ ସରକାରୀ କାର୍ଯ୍ୟାଳୟ ଚାମ୍ବର, ବାସଭବନ, ଅଇଁଠାପାଲି ସ୍ଥିତ ଘର, ଚର୍ଚ୍ଚ ଛକସ୍ଥିତ ୨ଟି ଫ୍ଲାଟ, ଫାର୍ମ ରୋଡରେ ଥିବା ଆପାର୍ଟମେଣ୍ଟ, ମାଲିପାଲିରେ ଥିବା ବ୍ୟବସାୟିକ ଘର, ବରଗଡ଼଼ ଜିଲା ପଦ୍ମପୁରରେ ଥିବା ଏକ ଘର, ବରଗଡ଼଼ ଜିଲା ବିଜେପୁର ବଲଣ୍ଡା ଗ୍ରାମରେ ଥିବା ପୈତୃକ ଘର ଉପରେ ଚଢ଼ଉ କରାଯାଇଥିଲା। ସମ୍ବଲପୁର ଅଇଁଠାପାଲି ଅଞ୍ଚଳରେ ୯୭୦୦ ବର୍ଗଫୁଟର ୩ ମହଲା ବିଶିଷ୍ଟ କୋଠା, ସମ୍ବଲପୁର ମାଲିପାଲିରେ ଭଡାରେ ଦିଆଯାଇଥିବା ଏକ ବ୍ୟବସାୟିକ ପ୍ରତିଷ୍ଠାନ, ପଦ୍ମପୁରରେ ଥିବା ଏକ ଘର, ଭୁବନେଶ୍ୱର ଘାଟକିଆସ୍ଥିତ ସତ୍ୟମ ରୟାଲ ଆପାର୍ଟମେଣ୍ଟରେ ଏକ ଫ୍ଲାଟ, ସମ୍ବଲପୁର ଫାର୍ମରୋଡ ସ୍ଥିତ ସିଟି ପ୍ରାଇଡ ଆପାର୍ଟମେଣ୍ଟରେ ଏକ ଫ୍ଲାଟ, ଚର୍ଚ୍ଚଛକ ବ୍ରିଜଧାମ ସୋସାଇଟିରେ ୨ଟି ଫ୍ଲାଟ, ସମ୍ବଲପୁରର ୪ଟି ପ୍ରମୁଖ ସ୍ଥାନରେ ମୂଲ୍ୟବାନ ଜମି, ବରଗଡ଼ ଜିଲା ପଦ୍ମପୁରର ୩ଟି ସ୍ଥାନରେ ମୂଲ୍ୟବାନ ଜମି ରହିଥିବା ଜଣାପଡିଛି।

ଏଥିସହ ସୁନାଗହଣା ୧୫୦ ଗ୍ରାମ, ରୁପା ଗହଣା ୩୦୦ ଗ୍ରାମ, ବ୍ୟାଙ୍କ ଓ ଇନସ୍ୟୁରାନ୍ସ ଆଦି ଜମା ୩୧ ଲକ୍ଷ ୩୧ ହଜାର ୮୪୯ ଟଙ୍କା, ନଗଦ ୧୪ ଲକ୍ଷ ୭୧ ହଜାର ୨ ଶହ ଟଙ୍କା, ଗୋଟିଏ ଦୁଇଚକିଆ ଯାନ ଏବଂ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ଜବତ କରାଯାଇଛି। ଜବତ ଘର, ଜମି, ଫ୍ଲାଟ ଆଦିର ଆନୁମାନିକ ମୂଲ୍ୟ ୧.୮୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଭିଜିଲାନ୍ସ ବିଭାଗର ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+