SCB ନବଜାତ ଶିଶୁ ଅଦଳବଦଳ ଘଟଣା: ହାଇକୋର୍ଟଙ୍କ ନୋଟିସ୍
କଟକ ଏସସିବିରେ ଶିଶୁ ବଦଳ ଅଭିଯୋଗ ମାମଲାରେ ନୋଟିସ । ଜବାବ ଦାଖଲ ପାଇଁ ପ୍ରତିପକ୍ଷଙ୍କୁ ନୋଟିସ କଲେ ହାଇକୋର୍ଟ । ଅଭିଯୋଗ ଅନୁସାରେ ଫେବ୍ରୁଆରୀ ୧୦ରେ ଏସସିବିରେ ଭର୍ତ୍ତ ହୋଇଥିଲେ ପ୍ରସୂତି । ଯାହାର ପରଦିନ ୧୧ ତାରିଖରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲେ ।
ଶିଶୁ କନ୍ୟାଟି ସୁସ୍ଥ ଥିଲା ହେଲେ ତାଙ୍କୁ ICUରେ ଭର୍ତ୍ତି କରାଯାଇଥିବା ନାହିଁ ଅଭିଯୋଗ ହୋଇଥିଲା । ୧୨ ତାରିଖରେ ଶିଶୁର ଆଇମା"ଙ୍କୁ ଏକ ମୃତ ଛୁଆ ଧରାଇ ଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଛୁଆଟିର ମୃତ ଦେବକୁ ପୋତିବା ପାଇଁ ନେବା ସମୟରେ ପରିବାର ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଯାହା ପରେ ମେଡିକାଲ ଅଭିଯୋଗ କରିଥିଲେ ଏପରି ମାମଲାଟି ଥାନା ପର୍ଯ୍ୟନ୍ତ ମଧ୍ୟ ଜାଇଥିଲା ହେଲେ କେହି ଉକ୍ତ ପରିବାରର ଅଭିଯୋଗ ଶୁଣିନଥିଲେ ।

ତେବେ ସବୁଠି ନିରାଶ ହେବା ପରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଛୁଆର ବାପା । ଆସନ୍ତା ୨ ତାରିଖରେ ମାମଲାର ଶୁଣାଣି ହେବା ନେଇ ସୂଚନା ରହିଛି ।












Click it and Unblock the Notifications