SCB ମେଡିକାଲର ହେବ ନବକଳେବର, ଖର୍ଚ୍ଚ ହେବ ୩୫୦୦ କୋଟି ଟଙ୍କା
ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜକୁ ବିଶ୍ବସ୍ତରୀୟ ମେଡିକାଲ କରାଯିବା ନେଇ ହୋଇଛି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ । ଏଥି ଲାଗି ଖର୍ଚ୍ଚ ହେବ ୩ ହଜାର ୫୦୦ କୋଟି ଟଙ୍କା ।
ଭୁବନେଶ୍ବର: ବଦଳି ଯିବ କଟକ ଏସସିବି ମେଡିକାଲ କଲେଜର ନକ୍ସା । ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜକୁ ବିଶ୍ବସ୍ତରୀୟ ମେଡିକାଲ କରାଯିବା ନେଇ ହୋଇଛି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ । ଏଥି ଲାଗି ଖର୍ଚ୍ଚ ହେବ ୩ ହଜାର ୫୦୦ କୋଟି ଟଙ୍କା । ମେଡିକାଲରେ ମିଳିବ ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା । ଏସ୍ସିବି ମେଡିକାଲ ହେବ ଏମ୍ସ ପ୍ଲସ୍ । ୨୦୨୪ ଜାନୁଆରି ପହିଲାରେ ଏମ୍ସ ପ୍ଲସ୍ SCB ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ।

ଏହି ଯୋଜନାରେ ଭିତ୍ତିଭୂମିର ବିକାଶ ସହିତ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଅଣାଯିବ, ଯାହାକି 5T କାର୍ଯ୍ୟକ୍ରମର ମୁଖ୍ୟ ଆଧାର । ୨୦୨୧ରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହାକ ଏକ ନୂଆ ଯୁଗର ସଂକେତ ଦେଉଛି । SCB ନବୀକରଣ କାର୍ଯ୍ୟ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି । ୫ ହଜାର ଶଯ୍ୟା ସହିତ ଡାକ୍ତର, ରୋଗୀଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ରହିବ ନୂଆ ଏସସିବି ମେଡିକାଲରେ ।
୧୭୫ ଏକର ଜମିରେ ହେବାକୁ ଥିବା ପ୍ରକଳ୍ପରେ ପ୍ରଥମେ ୩୫୦୦ ଶଯ୍ୟା ରହିବ ।
ଦ୍ବିତାୟ ପର୍ଯ୍ୟାୟରେ ଏହାକୁ ୫ ହଜାରକୁ ବୃଦ୍ଧି କରାଯିବ । ୫ ହଜାର ଶଯ୍ୟା ସହିତ ଡାକ୍ତର, ରୋଗୀ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ପାଇଁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଏଠାରେ ଉପଲବ୍ଧ ହେବ । ମୁଖ୍ୟମନ୍ତ୍ରୀଙ୍କ 5T କାର୍ଯ୍ୟକ୍ରମ ଅଧିନରେ ଚିକିତ୍ସା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ନେଇ ଆରମ୍ଭ ହେବାକୁ ଥିବା ଏହି ପ୍ରକଳ୍ପ ରୋଗୀମାନଙ୍କୁ ସୁଲଭ ତଥା ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବାରେ ଏକ ଉଦାହରଣ ହୋଇବ ।












Click it and Unblock the Notifications