ଏସସିବି ମେଡିକାଲ ଦୁଷ୍ମର୍ମ ମାମଲା ; କାର୍ଯ୍ୟରୁ ବହିଷ୍କୃତ ହେଲେ ଡାକ୍ତର ଦିଲବାଗ ସିଂହ ଠାକୁର
କୋଲକତା ହରର ଘଟଣାରେ ସମଗ୍ର ଦେଶରେ ନିଆଁ ଲାଗିଥିବା ବେଳେ କଟକ ଏସସିବି ମେଡିକାଲରେ ବି ଏପରି ଏକ ଲଜ୍ଜାଜନକ ଘଟଣା ଘଟିଥିଲା। ୨ ମହିଳା ରୋଗୀଙ୍କୁ ଜଣେ ଡାକ୍ତର ଚିକିତ୍ସା ବାହାନାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହେବା ପରେ ଏହାକୁ ନେଇ ଆରମ୍ଭ ହୋଇଥିଲା ତମ୍ବିତୋଫାନ ।

ଏହି ଘଟଣାରେ ତୁରନ୍ତ ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂ ଠାକୁରଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କୁ ଏସସିବିରୁ ବହିଷ୍କୃତ କରାଯାଇଛି। ଏସସିବି ମେଡିକାଲ କଲେଜ କାଉନ୍ସିଲର ଜରୁରୀ ବୈଠକ ବସିବା ପରେ ଅଭିଯୁକ୍ତ ଡାକ୍ତରଙ୍କୁ ବହିଷ୍କୃତ କରାଯାଇଛି ।
ଡିଏମଇଟିଙ୍କ ନେତୃତ୍ୱରେ ତିନି ଜଣିଆ ତଦନ୍ତ କମିଟି ଏହି ଘଟଣାର ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏସସିବି ଅଧ୍ୟକ୍ଷଙ୍କୁ ଚିଠି କରିଥିଲେ ଡିଏମଇଟି। ଗତକାଲି ମେଡିକାଲ କଲେଜ କାଉନ୍ସିଲର ଜରୁରୀ ବୈଠକ ବସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଏସସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି।
କିଛି ଦିନ ପୂର୍ବେ ୨ ରୋଗୀ(ମହିଳା) ଏସ୍ସିବିର ହୃଦରୋଗ ବିଭାଗକୁ ଯାଇଥିବା ବେଳେ ଡାକ୍ତର ଦିଲବାଗ ସିଂ ଠାକୁର ଇକୋ ବାହାନାରେ ଉଭୟଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।












Click it and Unblock the Notifications