ଏସସିବିରେ ବିଦ୍ୟୁତ ବିଭ୍ରାଟ, ରୋଗୀ ନାହିଁନଥିବା ହଇରାଣ

କଟକ: କଟକ ଏସସିବି ମେଡିକାଲେରେ ଶନିବାର ଦିନ ଦୀର୍ଘ ୨ ଘଣ୍ଟା ବିଦ୍ୟୁତ୍ କାଟ । ରୋଗୀମାନେ ନାହିଁନଥିବା ହଇରାଣ । ଡାକ୍ତରଖାନାରେ କାର୍ଯ୍ୟରତ ଠିକା ବିଦ୍ୟୁତ୍ କର୍ମଚାରୀଙ୍କୁ ଯୋଗୁ ବିଦ୍ୟୁତ୍ ବିଭ୍ରାଟ ହୋଇଥିବା ନେଇ ସୂଚନା ରହିଛି । କାରଣ ଏହି କର୍ମଚାରୀମାନେ ବକେୟା ଦରମା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିବା ଜଣାପଡିଛି ।

ଡାକ୍ତରଖାନାରେ ବିଦ୍ୟୁତ୍ ନଥିବା କାରଣରୁ ଚିକିତ୍ସାରେ ବାଧାପ୍ରାପ୍ତ ହୋଇଛି । ଗତକାଲିଠୁ ଏହି ସମସ୍ୟା ଲାଗିରହିଥିବାରୁ ଗୁରୁତର ରୋଗୀଙ୍କ ଚିକିତ୍ସାପେ ନାହିଁ ନଥିବା ସମସ୍ୟା ଉପୁଜିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

SCB electricity outage

ସୂଚନାଥାଉ ଯେ, ଦୀର୍ଘ ସମୟ ହେଲା ବିଭିନ୍ନ ବିଭାଗ ଅନ୍ଧାରରେ ରହିଛି । ଆନାଟୋମି ୱାର୍ଡ, ଶବ ସଂରକ୍ଷଣ ଗୃହ, ସ୍କିନ୍ ଓ ମେଡିକାଲ ବିଭାଗର କିଛି ଅଂଶରେ ଲାଇନ କଟିଯାଇଥିଲା । ଏପରି ବିଦ୍ୟୁତ୍ ନଥିବା ଯୋଗୁଁ ଡାକ୍ତରଖାନାରେ ବିଭିନ୍ନ ୱାର୍ଡରେ ଜଳ ଯୋଗାଣ ମଧ୍ୟ ବନ୍ଦ ହୋଇଯାଇଛି । ତେବେ ପୂର୍ବରୁ ମଧ୍ୟ ମେଡିକାଲ କଲେଜ ଓ ଡାକ୍ତରଖାନାରେ ବିଜୁଳି କାଟ୍ ଯୋଗୁଁ ରୋଗୀଙ୍କୁ ବିଭିନ୍ନ ସମସ୍ୟାର ସମ୍ମଖିନ ହେବା ପାଇଁ ପଡୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+