ସ୍କବ ଟାଇଫସ୍ ଆତଙ୍କ ; ଜାଣନ୍ତୁ କେମିତି ହୁଏ ସଂକ୍ରମଣ, ଗଲାଣି ୪ ଜୀବନ !
ଡରାଉଛି ସ୍କବ ଟାଇଫସ୍ । ଆଉ ଜଣଙ୍କ ମୃତ୍ୟୁ ପରେ ବଢ଼ିଲା ଚିନ୍ତା । ପୂର୍ବରୁ ୩ ଜଣଙ୍କର ସ୍କବ ଟାଇଫସ୍ କାରଣରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଏବେ ଆଉ ଜଣଙ୍କ ମୃତ୍ୟୁ ନେଇ ସୂଚନା ମିଳିଛି ।

ମୃତକ ବରଗଡ଼ ଜିଲ୍ଲାର ହୋଇଥିବା ଜଣାପଡ଼ିଛି । ତେବେ ରାଜ୍ୟ ବାହାରେ ତାଙ୍କର ମୃତ୍ୟୁ ହୋଇଛି । ସମସ୍ତ ମୃତକ ଭିନ୍ନ ଭିନ୍ନ ସ୍ଥାନର ହୋଥିବା ବେଳେ ଏହାର ତଦନ୍ତ ପାଇଁ ଗାଁକୁ ମେଡିକାଲ ଟିମ୍ ପଠାଯାଇଛି । ମୃତ୍ୟୁ ହୋଇଥିବା ଗାଁରେ ଅନ୍ୟ କେହି ସଂକ୍ରମିତ ଅଛନ୍ତି କି ନାହିଁ ତାର ତଦନ୍ତ କରିବ ଏହି ଟିମ୍ । ଗତ ମାସରେ ୨୦ ଜରଙ୍କର ନମୁନା ପରୀକ୍ଷା ହୋଇଥିବା ବେଳେ ୩ ଜଣ ସ୍କବ ଟାଇଫସରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ମଧ୍ୟ ଲୋକଙ୍କୁ ସତର୍କ କରାଇଛନ୍ତି । ଚିକିତ୍ସାରେ ବିଳମ୍ବ ହେଲେ ଏହା ଘାତକ ହୋଇପାରେ । ତେଣୁ ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି ।
କେମିତି ହୁଏ ସଂକ୍ରମଣ ?
ସ୍କ୍ରବ୍ ଟାଇଫସ ହେଉଛି ଏକ ଜୀବାଣୁ ସଂକ୍ରମଣ
ସଂକ୍ରମିତ କୀଟ କାମୁଡ଼ିବା ଦ୍ୱାରା ମନୁଷ୍ୟକୁ ସଂକ୍ରମିତ ହୁଏ
ଜଙ୍ଗଲିଆ ଅଞ୍ଚଳରେ ବୁଲୁଥିଲେ କୀଟ କାମୁଡ଼ିବାର ଆଶଙ୍କା ଅଧିକ
ବର୍ଷା ଋତୁରେ ଏହି ରୋଗ ଅଧିକ ଦେଖାଯାଏ
କୀଟ କାମୁଡ଼ିବା ପରେ ଶରୀରରେ ନାଲି ଚିହ୍ନ ଦେଖାଦିଏ
ସଂକ୍ରମିତ ବ୍ୟକ୍ତିଙ୍କୁ ଜ୍ବର ହୋଇଥାଏ
ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା ଏବଂ ଲିମ୍ଫ ନୋଡ୍ ଫୁଲିବା ଭଳି ଲକ୍ଷଣ ଦେଖାଦିଏ
ତୁରନ୍ତ ଚିକିତ୍ସା କରାନଗଲେ ବ୍ୟକ୍ତି ଗୁରୁତର ହୋଇଥାନ୍ତି
ନିମୋନିଆ, ମେନିଞ୍ଜାଇଟିସ୍ ଏବଂ ଅଙ୍ଗ ବିଫଳତା ଭଳି ଜଟିଳତା ସୃଷ୍ଟି ହୋଇପାରେ
ତୁରନ୍ତ ଚିକିତ୍ସା କରାଗଲେ ରୋଗର ନିରାକରଣ ସମ୍ଭବ












Click it and Unblock the Notifications