ଆଜି ସାବିତ୍ରୀ ବ୍ରତ: ସ୍ବାମୀର ଦୀର୍ଘାୟୁ ପାଇଁ ପତ୍ନୀଙ୍କର ନିର୍ଜଳ ଓଷା

ଆଜି ପବିତ୍ର ସାବିତ୍ରୀ ବ୍ରତ। ସଧବା ନାରୀଙ୍କ ପାଇଁ ଆଜିର ଦିନଟି ଖୁବ ଗୁରୁତ୍ବପୂର୍ଣ୍ଣ । ସ୍ବାମୀଙ୍କ ଦୀର୍ଘ ଆୟୁଷ କାମନା କରି ବ୍ରତ ରଖିଥାନ୍ତି ସ୍ତ୍ରୀ । ସଧବାର ସମ୍ପତ୍ତି ଶଙ୍ଖା, ସିନ୍ଦୁରକୁ ବଜର ରଖିବା ପାଇଁ ମାନସିକ କରି ବ୍ରତ ପାଳିଛନ୍ତି ପତ୍ନୀ ।

ଭୁବନେଶ୍ବର: ଆଜି ପବିତ୍ର ସାବିତ୍ରୀ ବ୍ରତ। ସଧବା ନାରୀଙ୍କ ପାଇଁ ଆଜିର ଦିନଟି ଖୁବ ଗୁରୁତ୍ବପୂର୍ଣ୍ଣ । ସ୍ବାମୀଙ୍କ ଦୀର୍ଘ ଆୟୁଷ କାମନା କରି ବ୍ରତ ରଖିଥାନ୍ତି ସ୍ତ୍ରୀ । ସଧବାର ସମ୍ପତ୍ତି ଶଙ୍ଖା, ସିନ୍ଦୁରକୁ ବଜର ରଖିବା ପାଇଁ ମାନସିକ କରି ବ୍ରତ ପାଳିଛନ୍ତି ପତ୍ନୀ ।

savitri vrat

ପରମ୍ପରା ଅନୁସାରେ ବିବାହିତା ମହିଳାମାନେ ଏହି ବ୍ରତ କରିଥାନ୍ତି । ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ ହୁଏ । ସାବିତ୍ରୀ ସଧବା ନାରୀଙ୍କର ଆଦର୍ଶ। ଏହି ଦିନକୁ ଉତ୍ସାହର ସହ ଅପେକ୍ଷା କରିଥାନ୍ତି ପ୍ରତ୍ୟେକ ବିବାହିତ ନାରୀ। ସକାଳୁ ମନ୍ଦିର ଯାଇ ଶାଢୀ, ଶଙ୍ଖା ଓ ସିନ୍ଦୁର ପୂଜା କରିବା ସହ ନିର୍ଜଳା ବ୍ରତ କରି ସେଠାରେ ପୂଜାର୍ଚ୍ଚନା କରିଥାନ୍ତି ।

ଏହି ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା' ସାବିତ୍ରୀ । ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ, ଗାୟତ୍ରୀ, ସୂର୍ଯ୍ୟାଧିଷ୍ଠାତ୍ରୀ ଦେବୀ । ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁକବଳରୁ ଫେରାଇ ଆଣିଥିଲେ ତାହାକୁ ଆଧାର କରି ମା' ସାବିତ୍ରୀଙ୍କୁ ପୂଜା କରାଯାଏ ।

କିମ୍ବଦନ୍ତୀ ଅନୁସାରେ:

ଅଶ୍ବପତି ନାମରେ ଜଣେ ରାଜା ରାଜତ୍ବ କରୁଥିଲେ । ରାଜା ନିଃସନ୍ତାନ ଥିବାରୁ ପୁତ୍ରସନ୍ତାନ ପାଇଁ ଦେବୀଙ୍କ ପାଖରେ ମିନତୀ କଲେ । ଦେବୀ ରାଜାଙ୍କୁ ପୁତ୍ରସନ୍ତାନ ଲାଭ କରିବା ଯୋଗ ନଥିବା ସୂଚାଇ ଦେଲେ ଏବଂ ଏକ ଉତ୍ତମ କନ୍ୟା ହେବାର ଆଶୀର୍ବାଦ ଦେଇ ଅନ୍ତର୍ଦ୍ଧାନ ହୋଇଗଲେ । ଦେବୀଙ୍କ କୃପାରୁ ଅଶ୍ବପତିଙ୍କ ପତ୍ନୀଙ୍କ କୋଳରେ କନ୍ୟାଟିଏ ଜାତ ହେଲା ।ସାବିତ୍ରୀଙ୍କୁ ଉପାସନା କରି ତାଙ୍କ ଆଶୀର୍ବାଦରୁ କନ୍ୟା ସନ୍ତାନଟିଏ ଲାଭ କରି ତାହର ନାମ ସାବିତ୍ରୀ ରଖିଥିଲେ । ଗାୟତ୍ରୀ କ୍ରମେ ଯୌବନରେ ପାଦ ଦେବାପରେ ପିତା ଅଶ୍ବପତିଙ୍କ ଆଦେଶ ମତେ ନିଜ ଇଚ୍ଛାରେ ବର ଖୋଜିବାକୁ ଭ୍ରମଣ କରିବାକୁ ବାହାରିଲେ ।

ରାଜା ଦ୍ୟୁମତସେନଙ୍କ ଔରସରେ ଶୈବ୍ୟାଙ୍କ ଗର୍ଭରୁ ସତ୍ୟବାନ ଜନ୍ମଗ୍ରହଣ କରିଥିଲେ । ସତ୍ୟବାନଙ୍କ ଶୈଶବସ୍ଥାରେ ଦ୍ୟୁମତସେନ ବନବାସୀ ହୋଇଥିଲେ । ସତ୍ୟବାନ ବଣରେ ଫଳମୂଳ ଖାଇ ମୁନିବୃତ୍ତି ଅବଲମ୍ବନ କରି ଭକ୍ତି ସହକାରେ ପିତାମାତାଙ୍କର ସେବା କରୁଥିଲେ। ସାବିତ୍ରୀ ଭ୍ରମଣ କରୁ କରୁ ସେହି ବଣରେ ପହଞ୍ଚି ସତ୍ୟବାନଙ୍କ ଅସୀମ ପିତୃଭକ୍ତିରେ ମୁଗ୍ଧା ହୋଇ ତାଙ୍କ ସଙ୍ଗରେ ଜୀବନଯାପନ କରିବା ପାଇଁ ସଂକଳ୍ପ କରି ସତ୍ୟବାନଙ୍କୁ ପତିରୂପେ ମନୋନୀତ କରିବାକୁ ପିତାଙ୍କୁ ଜଣାଇଥିଲେ ସାବିତ୍ରୀ । ବିବାହ ପରେ ସାବିତ୍ରୀ ବିଳାସ ଓ ଦାସଦାସୀ ବର୍ଗଙ୍କୁ ତ୍ୟାଗ କରି ସ୍ବାମୀଙ୍କ ସହିତ ତପୋବନରେ ରହି ଶାଶୁ ଓ ଶ୍ବଶୁରଙ୍କ ସେବା କରିଥିଲେ ।ବିବାହର କିଛିଦିନ ପରେ ସତ୍ୟବାନଙ୍କ ପ୍ରାଣହାନୀ ଘଟିଥିଲା । ମାତ୍ର ସାବିତ୍ରୀ ତାଙ୍କ ନିଷ୍ଠା ଏବଂ ପତିବ୍ରତା ବଳରେ ଯମଙ୍କ ନିକଟରୁ ନିଜ ସ୍ବାମୀଙ୍କୁ ଫେରାଇ ଆଣିପାରିଥିଲେ । ସାବିତ୍ରୀଙ୍କ ଭଲପାଇବା ଆଗରେ ହାର୍ ମାନି ଯମ ବି ସତ୍ୟବାନଙ୍କ ଜୀବନ ଫେରାଇ ଦେଇଥିଲେ । ସେବେଠାରୁ ସ୍ବାମୀଙ୍କ ସୁସ୍ବାସ୍ଥ୍ୟ ଏବଂ ଦୀର୍ଘାୟୁ କାମନା କରି ମହିଳାମାନେ ପାଳନ କରିଆସୁଛନ୍ତି ସାବିତ୍ରୀ ବ୍ରତ ।

ସାବିତ୍ରୀ ବ୍ରତର ଲାଭ:

* ବ୍ରତ ପ୍ରଭାବରେ ଆର୍ଥିକ, ପାରିବାରିକ ଏବଂ ଦାମ୍ପତ୍ୟ ସୁଖ ପ୍ରାପ୍ତ ହୋଇଥାଏ।

* ଏହି ବ୍ରତ କରିବା ଦ୍ବାରା ସ୍ତ୍ରୀ ଟିଏ ସ୍ବାମୀ ଓ ପରିବାରକୁ ସୁସ୍ଥ ରଖିଥାଏ ।

* କୌଣସି ଆକସ୍ମିକ ରୋଗ ବା ପୀଡା ଠାରୁ ମୁକ୍ତି ଦେଇଥାଏ ଏହି ବ୍ରତ ।

* ଏହି ବ୍ରତ ପ୍ରଭାବରେ ନାରୀ ଟିଏ ଅଖଣ୍ଡ ସୌଭାଗ୍ୟ ଲାଭ କରିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+