For Quick Alerts
Turn On Notification  
For Daily Alerts
Oneindia App Download

କରୋନା କଟକଣା ମଧ୍ୟରେ ସତ୍ୟବାନଙ୍କ ପାଇଁ ବ୍ରତ ରଖିଲେ ସାବିତ୍ରୀ, ପୁରୀରେ ସ୍ବତନ୍ତ୍ର ବ୍ୟବସ୍ଥା

ରାଜ୍ୟରେ କରୋନା କଟକଣା ଜନିତ ଲକଡାଉନ ଜାରି ହୋଇଥିବାରୁ ଚଳିତ ଥର ମଧ୍ୟ ଖାଁ ଖାଁ ରହିଛି ମନ୍ଦିର । ଦେବାଳୟ ଯାଇ ବ୍ରତ ପାଳନ କରିବାକୁ ବାରଣ କରାଯାଇଥିବା ବେଳେ ଘରେ ରହି ବ୍ରତ ପାଳୁଛନ୍ତି ମହିଳା।

|

ଭୁବନେଶ୍ୱର: ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା । ତେବେ ରାଜ୍ୟରେ କରୋନା କଟକଣା ଜନିତ ଲକଡାଉନ ଜାରି ହୋଇଥିବାରୁ ଚଳିତ ଥର ମଧ୍ୟ ଖାଁ ଖାଁ ରହିଛି ମନ୍ଦିର । ଦେବାଳୟ ଯାଇ ବ୍ରତ ପାଳନ କରିବାକୁ ବାରଣ କରାଯାଇଥିବା ବେଳେ ଘରେ ରହି ବ୍ରତ ପାଳୁଛନ୍ତି ମହିଳା।

Savitri Brata

ସେହିପରି ସାବିତ୍ରୀ ବ୍ରତ ପାଇଁ ପୁରୀରେ ଆଜି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜି ଦିନରେ ବ୍ରତଧାରୀଙ୍କୁ ମହାପ୍ରସାଦ ମିଳିବା ନେଇ ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ । ଟୋକନ ମାଧ୍ୟମରେ ଭକ୍ତଙ୍କୁ ଯୋଗାଇ ଦିଆଯାଉଛି ମହାପ୍ରସାଦ। ମହାପ୍ରସାଦ ପାଇଁ ଅସମ୍ଭବ ଭିଡ଼ ସମ୍ଭାବନାକୁ ନିଜରରେ ରଖି ସୁଆର ମହାସୁଆର ନିଯୋଗ ପକ୍ଷରୁ ଟୋକନ ବ୍ୟବସ୍ଥା କରାଯାଇଛି। ଉତ୍ତର ଓ ଦକ୍ଷିଣ ଦ୍ୱାରରେ କୋଭିଡ କଟକଣାରେ ଭକ୍ତଙ୍କୁ ମହାପ୍ରସାଦ ଦିଆଯାଉଛି ।

ସେହିପରି ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଯାଜପୁରରେ ମଧ୍ୟ ସଧବା ନାରୀ ମାନେ ଘରେ ରହି ପାଳୁଛନ୍ତି ସାବିତ୍ରୀ ବ୍ରତ । ଚଳିତ ବର୍ଷ କରୋନା କଟକଣା ଯୋଗୁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି । ମା ବିରଜା ମନ୍ଦିର, ବରାହ ମନ୍ଦିର, ଜଗନ୍ନାଥ ମନ୍ଦିରରେ ପ୍ରଶାସନ କଟକଣା ଲଗାଇ ଥିବାରୁ ମନ୍ଦିର ପରିସର ଖାଁ ଖାଁ ରହିଛି । ଅନ୍ୟ ପଟେ କୋଭିଡ କଟକଣା ରହିଥିବାରୁ ପ୍ରଶାସନର ନିଷ୍ପତିକୁ ମହିଳାମାନେ ସ୍ୱାଗତ କରିଛନ୍ତି ।

Savitri Brata

ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ ଭଳି ଚଳିତଥର ମଧ୍ୟ ସାବିତ୍ରୀକୁ ଫିକା କରିଛି କରୋନା। ସଂକ୍ରମଣ କାରଣରୁ ସର୍ବସାଧାରଣଙ୍କ ପାଇଁ ମନ୍ଦିର ବନ୍ଦ ରହିଛି । ଯାହା ଫଳରେ ଘରେ ରହି ମହିଳା ମାନେ ବ୍ରତ ପାଳୁଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Savitri Brata Celebrated at Odisha And Covid 19 Guidelines
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X