Get Updates
Get notified of breaking news, exclusive insights, and must-see stories!

କରୋନା କଟକଣା ମଧ୍ୟରେ ସତ୍ୟବାନଙ୍କ ପାଇଁ ବ୍ରତ ରଖିଲେ ସାବିତ୍ରୀ, ପୁରୀରେ ସ୍ବତନ୍ତ୍ର ବ୍ୟବସ୍ଥା

ରାଜ୍ୟରେ କରୋନା କଟକଣା ଜନିତ ଲକଡାଉନ ଜାରି ହୋଇଥିବାରୁ ଚଳିତ ଥର ମଧ୍ୟ ଖାଁ ଖାଁ ରହିଛି ମନ୍ଦିର । ଦେବାଳୟ ଯାଇ ବ୍ରତ ପାଳନ କରିବାକୁ ବାରଣ କରାଯାଇଥିବା ବେଳେ ଘରେ ରହି ବ୍ରତ ପାଳୁଛନ୍ତି ମହିଳା।

ଭୁବନେଶ୍ୱର: ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା । ତେବେ ରାଜ୍ୟରେ କରୋନା କଟକଣା ଜନିତ ଲକଡାଉନ ଜାରି ହୋଇଥିବାରୁ ଚଳିତ ଥର ମଧ୍ୟ ଖାଁ ଖାଁ ରହିଛି ମନ୍ଦିର । ଦେବାଳୟ ଯାଇ ବ୍ରତ ପାଳନ କରିବାକୁ ବାରଣ କରାଯାଇଥିବା ବେଳେ ଘରେ ରହି ବ୍ରତ ପାଳୁଛନ୍ତି ମହିଳା।

Savitri Brata

ସେହିପରି ସାବିତ୍ରୀ ବ୍ରତ ପାଇଁ ପୁରୀରେ ଆଜି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜି ଦିନରେ ବ୍ରତଧାରୀଙ୍କୁ ମହାପ୍ରସାଦ ମିଳିବା ନେଇ ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ । ଟୋକନ ମାଧ୍ୟମରେ ଭକ୍ତଙ୍କୁ ଯୋଗାଇ ଦିଆଯାଉଛି ମହାପ୍ରସାଦ। ମହାପ୍ରସାଦ ପାଇଁ ଅସମ୍ଭବ ଭିଡ଼ ସମ୍ଭାବନାକୁ ନିଜରରେ ରଖି ସୁଆର ମହାସୁଆର ନିଯୋଗ ପକ୍ଷରୁ ଟୋକନ ବ୍ୟବସ୍ଥା କରାଯାଇଛି। ଉତ୍ତର ଓ ଦକ୍ଷିଣ ଦ୍ୱାରରେ କୋଭିଡ କଟକଣାରେ ଭକ୍ତଙ୍କୁ ମହାପ୍ରସାଦ ଦିଆଯାଉଛି ।

ସେହିପରି ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଯାଜପୁରରେ ମଧ୍ୟ ସଧବା ନାରୀ ମାନେ ଘରେ ରହି ପାଳୁଛନ୍ତି ସାବିତ୍ରୀ ବ୍ରତ । ଚଳିତ ବର୍ଷ କରୋନା କଟକଣା ଯୋଗୁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି । ମା ବିରଜା ମନ୍ଦିର, ବରାହ ମନ୍ଦିର, ଜଗନ୍ନାଥ ମନ୍ଦିରରେ ପ୍ରଶାସନ କଟକଣା ଲଗାଇ ଥିବାରୁ ମନ୍ଦିର ପରିସର ଖାଁ ଖାଁ ରହିଛି । ଅନ୍ୟ ପଟେ କୋଭିଡ କଟକଣା ରହିଥିବାରୁ ପ୍ରଶାସନର ନିଷ୍ପତିକୁ ମହିଳାମାନେ ସ୍ୱାଗତ କରିଛନ୍ତି ।

Savitri Brata

ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ ଭଳି ଚଳିତଥର ମଧ୍ୟ ସାବିତ୍ରୀକୁ ଫିକା କରିଛି କରୋନା। ସଂକ୍ରମଣ କାରଣରୁ ସର୍ବସାଧାରଣଙ୍କ ପାଇଁ ମନ୍ଦିର ବନ୍ଦ ରହିଛି । ଯାହା ଫଳରେ ଘରେ ରହି ମହିଳା ମାନେ ବ୍ରତ ପାଳୁଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+