ମହିଳାଙ୍କୁ ଅସଦାଚରଣ ମାମଲାରେ ଗିରଫ ହେବେ ସୌରୀନ ଭଟ୍ଟ; ଖୁବ୍ ଶୀଘ୍ର ଯିବେ ଜେଲ୍

କଟକ : ଗିରଫ ହେବେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ । ଜଣେ ମହିଳାଙ୍କୁ ଅସଦାଚରଣ ମାମଲାରେ ଗିରଫ କରିବ ମହିଳା ଥାନା ପୋଲିସ । ସୌରିନଙ୍କୁ ଖୋଜିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବ ଶୀଘ୍ର ରାଜ୍ୟ ବାହାରକୁ ଯିବ ପୋଲିସ ଟିମ । ସୌରିନଙ୍କୁ ଗିରଫ ପାଇଁ ଏକ ପୋଲିସ ଟିମ ଗଠନ ହେବ ।

ଗତକାଲି ମାନ୍ୟବର ହାଇକୋର୍ଟ ସୌରୀନଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରି ଅନ୍ତରୀଣ ସୁରକ୍ଷା ହଟାଇ ଦେଇଥିଲେ ।

ସୂଚନା ଯୋଗ୍ୟ, ୨୦୧୬ରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ରହିଥିବା ତଦନ୍ତରୁ ସୂଚନା ମିଳିଛି । ପ୍ରଲୋଭନ ଓ ଧମକାଇ ପୀଡ଼ିତାଙ୍କ ସହ ସମ୍ପର୍କ ରଖିବା ଅଭିଯୋଗ ହୋଇଛି ।

ଜଣେ ଯୁବତୀଙ୍କୁ ଧମକ ଚମକ ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ତାଙ୍କୁ ଗିରଫ କରାଯିବ । ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିବା ପରେ ତାଙ୍କ ଗିରଫ ସମ୍ଭାବନା ବଢିଛି ।

saurin_bhatt

ଅନ୍ତରୀଣ ସୁରକ୍ଷା ଅବଧି ସରିବା ପରେ ସୌରୀନ ପୁଣି କୋର୍ଟରେ ଜାମିନ୍ ଆବେଦନ କରିଥିଲେ । ଅନ୍ତରୀଣ ସୁରକ୍ଷା ଅବଧି ବେଳେ ସୌରୀନ ପୋଲିସ ନିକଟରେ ହାଜର ହୋଇଥିଲେ । ପୋଲିସ କୋର୍ଟରେ ଦାଖଲ କରିଥିବା କେସ ଡାଏରୀକୁ ନଜରରେ ରଖି ଏବେ ଜାମିନ ଖାରଜ କରି ଦେଇଛନ୍ତି କୋର୍ଟ ।

ସୌରୀନ ଭଟ୍ଟ ବିବାହିତ ହୋଇଥିବା ସତ୍ତ୍ୱେ ପୀଡ଼ିତାଙ୍କୁ ବିବାହ କରିବାର ପ୍ରତିଶୃତି ଦେଇଥିଲେ । ପରେ ପୀଡିତା ଏକଥା ଜାଣିବା ପରେ ସୌରିନଙ୍କ ଠାରୁ ଦୁରେଇ ଯିବାକୁ ଚାହିଁଥିଲେ । ହେଲେ ଅନ୍ତରଙ୍ଗ ଫୋଟୋ ଭାଇରାଲ କରିବା ଏବଂ କ୍ୟାରିୟର ଶେଷ କରିବାର ଧମକ ଦେଇଥିଲେ ସୌରିନ। ଏହା ସହ ସେ ପୀଡ଼ିତାଙ୍କୁ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ବୋଲି ପୁଲିସ ଦାଖଲ କରିଥିବା କେଶ ଡ଼ାଇରୀରୁ ସ୍ପଷ୍ଟ ହୋଇଛି ।

ଗତ ଜୁନ୍‌ ୧୨ ତାରିଖରେ ଜଣେ ଯୁବତୀ କଟକ ମହିଳା ଥାନାରେ ସୌରିନ ଭଟ୍ଟଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ । ପ୍ରତିଷ୍ଠିତ ଗାୟିକା କରାଇଦେବାର ପ୍ରତିଶ୍ରୁତି ଦେଇ ସୌରିନ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଥିଲେ । ସୌରିନ ଟଙ୍କା ନେଇ ଫେରାଉ ନଥିବା ମଧ୍ୟ ସେ ଅଭିଯୋଗ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+