Get Updates
Get notified of breaking news, exclusive insights, and must-see stories!

ବିଜେଡି ଉପସଭାପତି ପଦ ହରାଇବା ପରେ ସୌମ୍ୟଙ୍କ ପ୍ରତିକ୍ରିୟା; କହିଲେ, 'ନବୀନଙ୍କ ହସ୍ତଖତ ଅସଲି ନା ନକଲି ?'

Saumya Patnaik, BJD: ବିଜେଡି ଉପସଭାପତି ପଦ ହରାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ପଦ ହରାଇବା ଏକ ସ୍ବାଭାବିକ ପ୍ରକ୍ରିୟା । ପଦ ହରାଇ ମୁଁ କିଛି ହରାଇଛି ବୋଲି ଭାବୁନାହିଁ ବୋଲି କହିଛନ୍ତି ସୌମ୍ୟ । ଅନ୍ୟପଟେ ଦଳୀୟ ନିର୍ଦ୍ଦେଶନାମାରେ ଥିବା ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତ ଅସଲି ନା ନକଲି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଆଜି ଅପରାହ୍ନରେ ବିଜେଡ଼ି ଉପସଭାପତି ପଦରୁ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବହିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ । ସୌମ୍ୟଙ୍କ ବହିଷ୍କାର ନେଇ ନବୀନଙ୍କ ଦସ୍ତଖତ ଥିବା ଏକ ଦୁଇ ଧାଡ଼ିଆ ନିର୍ଦ୍ଦେଶନାମା ଆଜି ପ୍ରକାଶ ପାଇଛି। ତେବେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଉପସଭାପତି ପଦରୁ ହଟାଇ ଦିଆଯାଇଥିଲେ ମଧ୍ୟ ଦଳରେ ତାଙ୍କ ପ୍ରାଥମିକ ସଦସ୍ୟ ପଦ ସୁରକ୍ଷିତ ରହିଛି ।

Saumya Patnaik

ବିଜେଡି ଉପସଭାପତି ପଦରୁ ହଟା ଯିବା ପରେ ସୌମ୍ୟ ପଟ୍ଟନାୟକ କହିଛନ୍ତି ଯେ, କିଛି ହରାଇଲି ବୋଲି ଭାବୁନାହିଁ, ପଦରେ ଥାଇ କ'ଣ କରୁଥିଲି କି ? ଆମ ଦଳରେ ଯେଉଁମାନେ ପଦପଦବୀରେ ଥାଆନ୍ତି କ'ଣ କରନ୍ତି କି ? ଆମ ଦଳରେ ପଦପଦବୀ କେବଳ ଆଳଙ୍କରିକ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଅସଲି ନା ନକଲି ପ୍ରସଙ୍କରେ ସୌମ୍ୟ କହିଛନ୍ତି ଯେ, ବହିଷ୍କାର ପତ୍ରରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଉପରେ ସନ୍ଦେହ ହେଉଛି। ପ୍ରକୃତରେ ଏହା ଅସଲି ନା ନକଲି, ଏନେଇ ସନ୍ଦେହ ହେଉଛି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି କଥା ହେବାକୁ ୨ ମିନିଟ ସମୟ ମାଗିଥିଲି । ସମୟ ନଦେଇ ପଦରୁ ବହିଷ୍କାର କରାଯାଇଥିବାରୁ ସନ୍ଦେହ ହେଉଛି ।

ତେବେ ଗତ କିଛି ଦିନ ହେଲା ସେ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ 5 ଟି ସଚିବଙ୍କ ଗସ୍ତକୁ ନେଇ ବିଜେଡି ସରକାରକୁ ଟାର୍ଗେଟ୍ କରୁଥିଲେ । ଏହାସହ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ ପ୍ରଶ୍ନ ଉଠାଉଥିଲେ । ସୌମ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ପକ୍ଷରୁ ଏକ ସପ୍ତାହ ହେବ ପ୍ରସ୍ତୁତି ଚାଲିଥିଲା ।

ତେବେ ଗତ କିଛି ଦିନ ହେବ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ଗସ୍ତକୁ ନେଇ ବିଜେଡି ସରକାରକୁ ଟାର୍ଗେଟ୍ କରୁଥିଲେ ସୌମ୍ୟ । ଏହାସହ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ ପ୍ରଶ୍ନ ଉଠାଉଥିଲେ ।

ସୂଚନାଥାଉ ଯେ, ୨୦୧୮ ମସିହାରେ ସୌମ୍ୟ ରଞ୍ଜୟ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ବିଜେଡିରେ ସାମିଲ ହୋଇଥିଲେ । ୨୦୨୦ ମସିହାରେ ବିଜେଡି ତାଙ୍କୁ ଦଳର ଉପସଭାପତି ପଦ ସହ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଇଥିଲା । ହେଲେ ପରେ ତାଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ହଟାଇ ଦିଆଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+