ଆଜିଠୁ ୨ଦିନିଆ ରିମାଣ୍ଡରେ ଗଲା ୫ ସ୍ତ୍ରୀଙ୍କ ସ୍ୱାମୀ ସତ୍ୟଜିତ ସାମଲ
ରିମାଣ୍ଡରେ ଗଲା ୫ ସ୍ତ୍ରୀର ସ୍ବାମୀ । ୫ ସ୍ତ୍ରୀଙ୍କ ସ୍ବାମୀ ସତ୍ୟଜିତ ସାମଲଙ୍କୁ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ।

ଆଜିଠୁ ୨ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରୁଛି ପୋଲିସ। ରିମାଣ୍ଡ ପରେ ଖୋଲିବ ପ୍ରେମିକ କେଳେଙ୍କାରୀର ଗୁମର। ନିଜକୁ ଆଇବି ଇନ୍ସପେକ୍ଟର ବୋଲି ପରିଚୟ ଦେଉଥିଲା ସତ୍ୟଜିତ।
ଫୋନ କରି ଯୁବତୀ ଓ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲା। ୫ଜଣ ମହିଳାଙ୍କୁ ବିବାହ ମଧ୍ୟ କରିଥିଲା। ଲାଇନରେ ଥିଲେ ଆହୁରି ୪୯ ମହିଳା। ସତ୍ୟଜିତ ନିଜକୁ ଗୁଇନ୍ଦା ଇନ୍ସପେକ୍ଟର କହି ମହିଳାଙ୍କୁ ଠକୁଥିଲେ। ବିଧବା ମହିଳା ଓ ଡିଭୋର୍ସିଙ୍କୁ ଟାର୍ଗେଟ କରି ଟଙ୍କା ଠକେଇ କରୁଥିଲେ। ମହିଳାଙ୍କୁ ଫସାଇ ବାହା ହେବା ପରେ ତାଙ୍କ ନାଁରେ ଲୋନ ନେଇ ମଉଜ କରୁଥିଲେ।
ଆଉ ଧରାପଡ଼ିବା ପୂର୍ବରୁ ବିଦେଶ ଖସି ଯାଉଥିଲା । ଏବେ ରିମାଣ୍ଡରେ ଯିବା ପରେ ରଙ୍ଗିଲା ସତ୍ୟଜିତର ସବୁ ଗୁମର ଖୋଲିବ । ୪୯ ପତ୍ନୀଙ୍କ ବାବଦରେ ଏବଂ ଲୋନ କରିଥିବା ଗାଡ଼ି, ଆକାଉଣ୍ଟ, ଟଙ୍କା କାରବାରକୁ ନେଇ ଖୋଲାତାଡ଼ କରାଯିବ । ସତ୍ୟଜିତକୁ ୧୦ ଦିନ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିଥିବା ବେଳେ ୨ଦିନର ରିମାଣ୍ଡ ମିଳିଛି।












Click it and Unblock the Notifications