ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ସାତକୋଶିଆ ଅଭୟାରଣ୍ୟ

ଆଜିଠାରୁ ସାତକୋଶିଆ ଅଭୟାଣ୍ୟରେ ଆରମ୍ଭ ହୋଇଛି ଉଭୟ କୁମ୍ଭୀର ଓ ପକ୍ଷୀ ଗଣନା । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ବେଳେ ଟିକରପଡା ଠାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ବନ କର୍ମଚାରୀ ମାନଙ୍କର ତାଲିମ କାର୍ଯ୍ୟକ୍ରମ ଶେଷ ହୋଇଛି ।

Satkoshia

ପର୍ଯ୍ୟଟକଙ୍କ ପାଇଁ ବନ୍ଦ ସାତକୋଶିଆ ଗଣ୍ଡ । ପ୍ରଥମ ପର୍ଯ୍ୟାୟରେ ୪ ରୁ ୮ ତାରିଖ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୭ ଓ ୧୮ ଜାନୁଆରୀ ୪ରୁ ୮ତାରିଖ ଓ ୧୭ ଓ ୧୮ ତାରିଖ ୨ ଦିନ ଧରି କୁମ୍ଭୀର ଓ ବିଭିନ୍ନ ପ୍ରଜାତିର ପକ୍ଷୀ ଗଣନା କରାଯିବ। ଗଣନା ସମୟରେ ପର୍ଯ୍ୟଟକ ଟିକରପଡ଼ା ମହାନଦୀର ଅବବାହିକା ଓ ଶିଶୁପଦର ଡ୍ୟାମ ଅଞ୍ଚଳ ପରିଦର୍ଶନ ଉପରେ କଟକଣା ଜାରି କରାଯାଇଛି। ରାଜ୍ୟର ୪ଟି ବନଖଣ୍ଡର କର୍ମଚାରୀ ଏହି ଗଣନାରେ ସାମିଲ ହେବେ। ଆଠମଲ୍ଲିକ ବନଖଣ୍ଡ, ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ, ମହାନଦୀ ବନଖଣ୍ଡ ଓ ଆଠଗଡ଼ ବନଖଣ୍ଡ ଅଞ୍ଚଳକୁ ଏହି ଗଣତିରେ ସାମିଲ କରାଯାଇଛି ବୋଲି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଡିଏଫଓ ପ୍ରକାଶ କରିଛନ୍ତି ।

ସେପଟେ ଆସନ୍ତା ଜାନୁଆରୀ ୬ ତାରିଖରୁ ପକ୍ଷୀ ଗଣନା ଆରମ୍ଭ ହେବ। ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି। ଚିଲିକା, ନଳବନ, ମଙ୍ଗଳାଯୋଡ଼ି, ହୀରାକୁଦ ଏବଂ ନନ୍ଦନକାନନ ପରି ପ୍ରମୁଖ ସ୍ଥାନମାନଙ୍କରେ ବିଦେଶୀ ପକ୍ଷୀଙ୍କ ଆଗମନକୁ ନେଇ ଏହି ଗଣନା କାର୍ଯ୍ୟ କରାଯିବ।

ଚଳିତ ବର୍ଷ ପକ୍ଷୀ ଗଣନା କାର୍ୟ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗ ସହ ପର୍ଯ୍ୟଟନ ବିଭାଗ ମଧ୍ୟ ସହଯୋଗ କରିବ। ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇଥିବାରୁ ଜଳବାୟୁ ପରିବର୍ତ୍ତନ ପକ୍ଷୀମାନଙ୍କ ପାଇଁ ବେଶ୍ ଅନୁକୂଳ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ପକ୍ଷୀମାନଙ୍କ ସଂରକ୍ଷଣ ଏବଂ ପର୍ଯ୍ୟଟନର ବିକାଶ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି। ବିଭିନ୍ନ ସ୍ଥାନରେ ଆଧୁନିକ ୱାଚ୍ ଟାୱାର ଏବଂ ଏନକ୍ଲୋଜର ନିର୍ମାଣ କରାଯିବ। ଏହାଦ୍ୱାରା ପର୍ଯ୍ୟଟକମାନେ ସୁବିଧାରେ ପକ୍ଷୀ ଦେଖିପାରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+