ସାତକୋଶିଆ ଗଣ୍ତକୁ ରାମସର କ୍ଷେତ୍ର ମାନ୍ୟତା

Satakosia Gorge Designated As Ramsar Sites:ସାତକୋଶିଆକୁ ଗଣ୍ତକୁ ରାମସର କ୍ଷେତ୍ର ମାନ୍ୟତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆକୁ ମିଳିଲା ରାମସର କ୍ଷେତ୍ର ମାନ୍ୟତା । ଟ୍ୱିଟ୍ କରି କେନ୍ଦ୍ର ପରିବେଶ ,ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଏହାର ସୂଚନା ଦେଇଛି । ସାତକୋଶିଆ ସମେତ ଦେଶର ମୋଟ୍ ୧୦ଟି ଆର୍ଦ୍ରଭୂମିକୁ ଏହି ମାନ୍ୟତା ମିଳିଛି । ସେଥିରେ ସାତକୋଶିଆ ଗଣ୍ଡର ନାଁକୁ ମଧ୍ୟ ସ୍ଥାନ ମିଳିଛି । ତେବେ ଚଳିତ ବର୍ଷ ଓଡ଼ିଶା ଛଡା ଗୋଆ, କର୍ଣ୍ଣାଟକ, ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ସାଇଟକୁ ରାମସର କ୍ଷେତ୍ର ମାନ୍ୟତା ପ୍ରଦାନ କରାଯାଇଛି । ରାମସାର ମାନ୍ୟତା ମିଳିବା ପରେ ଏସବୁ ଆର୍ଦ୍ରଭୂମିର ସଂରକ୍ଷଣ ଏବଂ ପରିଚାଳନାରେ ସହାୟତା ମିଳିବା ସହ ସମ୍ବଳର ସୁବିନିଯୋଗ ହୋଇପାରିବ ।

satakosia

ବିଶ୍ୱର ଆର୍ଦ୍ରଭୂମିକୁ ସୁରକ୍ଷିତ ରଖିବା ରାମସର ସାଇଟ୍ ବା କ୍ଷେତ୍ର ଘୋଷଣାର ମୁଖ୍ୟ ଉଦ୍ଦେଶ୍ୟ । ତେବେ ଅନ୍ତର୍ଜାତୀୟ ସ୍ତରରେ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି । ପୂର୍ବରୁ ଓଡ଼ିଶାର ଚିଲିକା ଓ ଭିତରକନିକାକୁ ଏହି ମାନ୍ୟତା ମିଳିଥିଲା । ଆର୍ଦ୍ରଭୂମିର ଗୁରୁତ୍ୱକୁ ନଜରରେ ରଖି ୟୁନେସ୍କୋ ଏହି ମାନ୍ୟତା ଘୋଷଣା କରିଥାଏ । ଦେଶର ମୋଟ୍ ୧୨ ଲକ୍ଷ ୫୦ ହଜାର ୩୬୧ ହେକ୍ଟର ଆର୍ଦ୍ରଭୂମି ସାଇଟ୍ କୁ ଏହି ମାନ୍ୟତା ମିଳିଛି । ଏବେ ସୁଦ୍ଧା ଭାରତର ମୋଟ୍ ୬୪ଟି ଆର୍ଦ୍ରଭୂମିକୁ ରାମସାର ମାନ୍ୟତା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+