ପତ୍ନୀ ଅର୍ଚ୍ଚନା ଦାସଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କଲେ ସାର୍ଥକ ସୌରଭ
ଓଏଏସ୍ ବାବୁଙ୍କ ମହିଳା ଥାନାରେ ଅଭିଯୋଗ ପରେ ଥାନାରେ ହାଜର ହୋଇଥିଲେ ଓଏଏସ୍ ବାବୁ ସାର୍ଥକ ସୌରଭ ମହାପାତ୍ର। ଦୁଇ ଦିନ ତଳେ ତାଙ୍କ ମପତ୍ନୀ ମହିଳା ଥାନାରେ ଏତଲା ଦେଇଥିଲେ। ମହିଳା ଥାନା ମାମଲା ରୁଜୁ କରି ନୋଟିସ ପଠାଇବାରୁ ଆଜି ମହିଳା ଥାନାରେ ହାଜର ହୋଇଛନ୍ତି ଓଏଏସ୍ ବାବୁ।

ମହିଳା ଥାନାରୁ ବାହାରିବା ପରେ ଓଏଏସ୍ ସାର୍ଥକ ସୌରଭଙ୍କ ପ୍ରତିକ୍ରିୟା ରଖିଛନ୍ତି। ପତ୍ନୀ ଅର୍ଚ୍ଚନା ଦାସଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓଏଏସ୍ ସାର୍ଥକ ସୌରଭ। କହିଛନ୍ତି ମୋ ଛଡ଼ା ମାଆର କେହି ନାହାନ୍ତି, ମାଆ, ଭଉଣୀଙ୍କୁ ସପୋର୍ଟ ଦରକାର।
କହିଲେ ପତ୍ନୀ କେବେ ସପୋର୍ଟ ଦେଉ ନଥିଲେ। ମାଆଙ୍କୁ ମୁଁ ସମୟ ଦେଲେ ଯେମିତି ଅପରାଧ କରିଦେଲି ସେହିପରି ବ୍ୟବହାର ଦେଖାଉଥିଲେ। ଭାବିଥିଲି, ଛୁଆ ହେଲେ ସବୁ ସ୍ୱାଭାବିକ ହୋଇଯିବ। ଛୁଆ ଜନ୍ମବେଳେ ହସ୍ପିଟାଲରେ ୩ ଦିନ ରହି ସବୁ ସେବା କରିଛି। ତାଙ୍କ ଘର ପକ୍ଷରୁ କୌଣସି ସହଯୋଗ ମିଳିଲାନି। ତୁମ ଘରେ ରହିଲି ବୋଲି ଛୁଆକୁ କୁପୋଷଣ ହେଲା କହିଲେ ପତ୍ନୀ।
ମାଆ ଅସୁସ୍ଥ ହେବାରୁ ହସ୍ପିଟାଲରୁ କିଛି ସମୟ ଘରକୁ ଆସିଥିଲି। ଫେରିବାର ଘଣ୍ଟାଏ ବିଳମ୍ବ ହେବାରୁ ହସ୍ପିଟାଲରେ ତୁମ୍ବିତୋଫାନ କଲେ। ଏହା ପରେ ମୁଁ ଡିଭୋର୍ସ ଫାଇଲ କରିଛି।ଛୁଆକୁ ଏବେ ଯାଏଁ ମୁଁ ଦେଖିନି ଫର୍ମାଲ ସେଟିଂରେ ମୁଁ ଦେଖିବାକୁ ଚାହୁଁଛି କହିଲେ ସାର୍ଥକ ସୌରଭ।
ଏହା ସହ କହିଛନ୍ତି ମୁଁ ଅତୁଲ ସୁବାଷ ନୁହେଁ, ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବି। କୋର୍ଟଙ୍କ ଉପରେ ଭରସା ଅଛି, ଜଗନ୍ନାଥଙ୍କ ଉପରେ ଭରସା ଅଛି












Click it and Unblock the Notifications