ସାର୍ଥକ ମହାପାତ୍ରଙ୍କ ନିଖୋଜ ଘଟଣା, କେନ୍ଦ୍ରର ୪ଟି ବିଭାଗକୁ ଚିଠି

କୁଆଡ଼େ ଗଲେ ସାର୍ଥକ ? ମଝି ସମୁଦ୍ରରୁ ଯୁବ ଓଡ଼ିଆ ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କ ରହସ୍ୟମୟ ଅନ୍ତର୍ଧାନକୁ ୪ ଦିନ ବିତିଲା । ହେଲେ ଏଯାଏ ତାଙ୍କର କୌଣସି ପତ୍ତା ମିଳିପାରିନାହିଁ । ଶେଷଥର ଗତ ଦୁଇତାରିଖରେ ମାଆଙ୍କ ସହ କଥା ହୋଇଥିଲେ ସାର୍ଥକ । ଏହାପରଠୁ ତାଙ୍କର ମୋବାଇଲ ସୁଇଚ ଅଫ। ଏହି ମାମଲାରେ କେନ୍ଦ୍ରର ୪ଟି ବିଭାଗକୁ ଚିଠି ଲେଖିଛନ୍ତି ପ୍ରିନ୍ସିପାଲ ରେସିଡେଣ୍ଟ କମିଶନର । ବନ୍ଦର, ସିପିଂ ଓ ଜଳପଥ ସଚିବଙ୍କୁ ଚିଠି ଲେଖିଲେ ପିଆରସି ବିଶାଲ ଗଗନ। ବୈଦେଶିକ ସଚିବ, ସ୍ବରାଷ୍ଟ୍ର ସଚିବ ଓ ସିପିଂ ଡିଜିଙ୍କୁ ଚିଠି ଲେଖିଛନ୍ତି ।

Sarthak Mohapatra

ଗତ ୩ ତାରିଖରୁ EA ଜେରସି ଭେସେଲରୁ ନିଖୋଜ ଅଛନ୍ତି ସାର୍ଥକ। ଜାହାଜରେ କାର୍ଯ୍ୟରତ ଥିବା ବେଳେ ମରିସସରୁ ଫେରିବା ବାଟରେ ମଝି ସମୁଦ୍ରରେ ସାର୍ଥକ ନିଖୋଜ ହୋଇଯାଇଛନ୍ତି। ସାର୍ଥକ ମହାପାତ୍ରଙ୍କ ମା' ମୁଖ୍ୟମନ୍ତ୍ରୀଙ୍କୁ ଏ ସଂପର୍କରେ ଜଣାଇଥିଲେ। ପୁଅକୁ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି। । ନିଜ ରୁମରୁ ସାର୍ଥକ ନିଖୋଜ ହୋଇଯାଇଥିବାରୁ ଏହା ପଛରେ କିଛି ଷଡ଼ଯନ୍ତ୍ର ଥିବା ଆଶଙ୍କା କରୁଛନ୍ତି। ଭଦ୍ରକ ଜିଲ୍ଲାର ୨୩ ବର୍ଷୀୟ ଯୁବକ ସାର୍ଥକ ମହାପାତ୍ର ଗତ ୨୦୨୫ ଜୁଲାଇରେ Anglo-Eastern Ship Management' ଅଧୀନରେ ଥିବା ଏକ ମାଲବାହୀ ଜାହାଜରେ ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ ଭାବେ ଯୋଗ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+