ଦିନେ ଥିଲେ ସରପଞ୍ଚ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ

ଦୀର୍ଘଦିନର ଚର୍ଚ୍ଚାରେ ଲାଗିଛି ବିରାମ। କେନ୍ଦୁଝର ମାଟିର ଆଦିବାସୀ ପୁଅ ମୋହନ ଚରଣ ମାଝୀ ହେବେ ଭାଜପାର ପ୍ରଥମ ମୁଖ୍ୟମନ୍ତ୍ରୀ ଚେହେରା। ଏନେଇ ମଙ୍ଗଳବାର ବିଧାୟକ ଦଳ ବୈଠକରେ ମୋହର ବାଜିଛି। ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମୋହନଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଥିବା ବେଳେ କିଭଳି ଥିଲା ତାଙ୍କର ରାଜନୈତିକ ଜୀବନର ଆରମ୍ଭ ସେନେଇ ଜାଣିବାକୁ ଉତ୍କଣ୍ଠା ବଢ଼ିଛି।

mohan charan majhi

ପତ୍ନୀ ପ୍ରିୟଙ୍କା ମାରାଣ୍ଡି ଦେଇଥିବା ସାକ୍ଷାତକାରରେ ମୋହନଙ୍କୁ ନେଇ ବଡ଼ ସୂଚନା ଦେଇଛନ୍ତି। ସେ ପ୍ରଥମେ ସରସ୍ବତୀ ଶିଶୁ ମନ୍ଦିରରେ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ପରେ ସେ ସରପଞ୍ଚ ପାଇଁ ଲଢ଼ି ବିଜୟୀ ହୋଇଥିଲେ। ସେବେଠାରୁ ରାଜନୀତିରେ ତାଙ୍କର ମୂଳଦୁଆ ପଡ଼ିଥିଲା।

ପରେ ସେ ୨୦୦୦ରେ ଓଡ଼ିଶା ବିଧାନସଭା ଲାଗି ଭାଜପା ଟିକେଟରେ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ି ବିଜେତା ହୋଇଥିଲେ। ୨୦୦୪ରେ ମଧ୍ୟ ସେ ସମାନ ଆସନରୁ ଲଢ଼ି ନିର୍ବାଚିତ ହୋଇଥିଲେ। ହେଲେ ୨୦୦୯, ୨୦୧୪ ନିର୍ବାଚନରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଥିରେ ସେ ହାର ମାନି ନ ଥିଲେ। ସେ ପୁନର୍ବାର ୨୦୧୯ରେ ନିର୍ବାଚନ ଲଢ଼ି ବିଜେତା ହୋଇଥିଲେ। ୨୦୨୪ରେ ମଧ୍ୟ ଭାଜପା ତାଙ୍କୁ ପ୍ରାର୍ଥୀ କରିଥିଲା। ଏଥିରେ ସେ ୮୭୮୧୫ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ବିଜେଡି ପ୍ରାର୍ଥୀ ମୀନା ମାଝୀଙ୍କୁ ସେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଦୀର୍ଘ ବର୍ଷର ରାଜନୈତିକ କ୍ୟାରିୟର ସହ ନିର୍ମଳ ଭାବମୂର୍ତ୍ତୀ, ଦଳ ପ୍ରତି ସମର୍ପଣ ଭାବକୁ ଦୃଷ୍ଟିରେ ରଖି ତାଙ୍କୁ ନେତା ଭାବେ ଚୟନ କରାଯାଇଥିବା ଚର୍ଚ୍ଚା ହେଉଛି। ସେ ପ୍ରତିକ୍ରିୟା ରଖି ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ସଂକଳ୍ପ ନେଇଥିବା କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+