ସରିଲା ପହଣ୍ଡି: ରଥା ରୁଢ଼ ହେଲେ ତିନି ଠାକୁର

ନନ୍ଦିଘୋଷରେ ବିଜେକଲେ ପ୍ରଭୁ ଶ୍ରୀ ଜଗନ୍ନାଥ । ଧାଡି ପହଣ୍ଡିରେ ଆସି ରଥରେ ବିଜେ କଲେ ମହାପ୍ରଭୁ । ଝୁଲି ଝୁଲି ଆସି ରଥରେ ବିରାଜ କଲେ କାଳିଆ ଠାକୁର । ଘଣ୍ଟ, ଘଣ୍ଟା, ମୃଦଙ୍ଗ, ହରିବୋଲ, ହୁଳହୁଳି ନାଦରେ ପ୍ରକମ୍ପିତ ହେଲା ପରିବେଶ ।

rath jatra

ରଥାରୂଢହେଲେ ୩ ଠାକୁର । ତାଳଧ୍ୱଜରେ ବଡ ଠାକୁର, ଦର୍ପଦଳନରେ ମା ସୁଭଦ୍ରା ବିଜେ କରିଛନ୍ତି । ରଥାରୂଢ ଠାକୁରଙ୍କୁ ଦେଖିବାକୁ ବଡଦାଣ୍ଡରେ ଲାଗିଛି ଭକ୍ତଙ୍କ ଗହଳି ।

ଏବେ ବି ଘଣ୍ଟଘଣ୍ଟାରେ କମ୍ପୁଛି ସିଂହଦ୍ୱାର, ବଡ଼ଦାଣ୍ଡ। ଲୋକାରଣ୍ୟ ବଡଦାଣ୍ଡ। ବଡ଼ଠାକୁର ଆସିବା ଶୁଣି କୃତାର୍ଥ ହୋଇଛନ୍ତି, ଭକ୍ତ, ବଡ଼ଦାଣ୍ଡ, ରଥ, ପଥ ସବୁକିଛି।

ତେବେ ମହାପ୍ରଭୁଙ୍କ ପହଣ୍ଡି ଅପରାହ୍ନ ୧ଟା ୧୦ମିନିଟରୁ ଆରମ୍ଭ କରାଯିବାକୁ ଧାର୍ଯ୍ୟ କରାଯାଇଥିଲା। ପହଣ୍ଡି ଅପରାହ୍ନ ଅଢ଼େଇଟା ସୁଦ୍ଧା ସାରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟର ଦେଢ଼ ଘଣ୍ଟାରୁ ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଥିଲା। ଅପରାହ୍ନ ୪ଟାରେ ଛେରାପହଁରା ଓ ଅପରାହ୍ନ ୫ଟାରେ ରଥ ଟାଣିବାକୁ ନୀତି ନିର୍ଘଣ୍ଟ ହୋଇଛି। କିନ୍ତୁ ସବୁ ନୀତିକାନ୍ତି ନିର୍ଦ୍ଧାରିତ ସମୟ ଆଗରୁ ହେଉଥିବାରୁ ରଥଟଣା ବି ଧାର୍ଯ୍ୟ ସମୟ ଆଗରୁ ହେବ ବୋଲି ଆଶା କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+