କଂଗ୍ରେସ ଛାଡି ଏହି ଦଳରେ ସାମିଲ ହୋଇପାରନ୍ତି ସନ୍ତୋଷ ସିଂ ସାଲୁଜା

Odisha Congress News: ଦଳର ପୁରୁଣା ଏବଂ ହେବିୱେଟ୍ ନେତା ସନ୍ତୋଷ ସିଂ ସାଲୁଜା କଂଗ୍ରେସ ଛାଡିପାରନ୍ତି । ଚର୍ଚ୍ଚା ହେଉଛି ଯେ, ଶ୍ରୀ ସାଲୁଜା ହାତ ଛାଡ଼ି ବିଜେଡିରେ ସାମିଲ ହୋଇପାରନ୍ତି । ଗୋଟେ ପଟେ କଂଗ୍ରେସ ନିଜ ପୁରୁଣା ନେତା ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ଟିକେଟ୍ ଦେଇ ସାରିଥିବା ବେଳେ ଏପର୍ଯ୍ୟନ୍ତ ବିଜେଡି କଣ୍ଟାବାଞ୍ଜିରୁ ଏପର୍ଯ୍ୟନ୍ତ କାହାରୁ ଟିକେଟ୍ ଦେଇ ନାହିଁ ତେବେ କିଛି ବଡଧରଣର ଓଲଟପାଲଟ ହେବାର ଆଶଙ୍କା ରହିଛି ବୋଲି ରାଜନୈତୀକ ମାହୋଲରେ ଆଲୋଚନା ହେଉଛି ।

santosh singh saluja

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ କଂଗ୍ରେସ ପୂର୍ବରୁ ସାଲୁଜାଙ୍କୁ ଟିକେଟ୍ ଦେଇ ସାରିଛି ହେଲେ ଚର୍ଚ୍ଚା ହେଉଛି ଏହାକୁ ଫେରାଇ ଦଳରୁ ଇସ୍ତଫା ଦେଇପାରନ୍ତି କଣ୍ଟାବାଞ୍ଜି ବିଧାୟକ । ସେପଟେ ବିଜେଡି ପୂର୍ବରୁ ୨ଟି ପର୍ଯ୍ୟାୟର ବିଧାନସଭା ଟିକେଟ୍ ଘୋଷଣା କରିସାରିଛି ହେଲେ ଏପର୍ଯ୍ୟନ୍ତ କଣ୍ଟାବାଞ୍ଜି ଆସନକୁ ନେଇ ଦ୍ୱନ୍ଦ ଲାଗି ରହିଛି ।

ସାଲୁଜାଙ୍କ ଅନେକ ସମର୍ଥକ ଦାବି କରୁଛନ୍ତି ଯେ, ସେ କଂଗ୍ରେସରୁ ଖୁବ୍ ଶୀଘ୍ର ଇସ୍ତଫା ଦେଇପାରନ୍ତି ଏବଂ ବିଜେଡି ସାମିଲ ହେବାର ଆଶଙ୍କା ରହିଛି । ହେଲେ ଏପର୍ଯ୍ୟନ୍ତ ସନ୍ତୋଷ ସିଂ ସାଲୁଜା ଏନେଇ କୌଣସି ସୂଚନା ଦେଇ ନାହାଁନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+