ବଢ଼ିଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅଡ଼ୁଆ; ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସଂଯୁକ୍ତା ମହଲ

ବଢିଲା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅଡୁଆ । ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ସଂଯୁକ୍ତା ମହଲ । ପୋଲିସ କାର୍ଯ୍ୟାନୁଷ୍ଠାନ ନନେଇଥିବା ଦର୍ଶାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବିଧାୟକ ଶ୍ରୀ ସାହୁଙ୍କ ବିରୋଧରେ ସଂଯୁକ୍ତା ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ।

ସେ ମାମଲାରେ ବିଧାୟକଙ୍କ ସମେତ ପୋଲିସ କମିଶନର, ଡିସିପି ଓ ମହିଳା ଥାନା ଆଇଆଇସି, ରାଜ୍ୟ ସରକାରଙ୍କୁ କରିଛନ୍ତି ପକ୍ଷଭୁକ୍ତ । ସୂଚନା ଯୋଗ୍ୟ, ବିଧାୟକ ୯ ବର୍ଷ ଧରି ତାଙ୍କ ସହିତ ରିଲେସନ୍‌ସିପ୍‌ରେ ରହିବା ପରେ ପ୍ରତାରଣା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସଂଯୁକ୍ତା ।

ଏହି ଅଭିଯୋଗ କରି ଗତ ମାସରେ ସଂଯୁକ୍ତା ଭୁବନେଶ୍ୱର ମହିଳା ଥାନାରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନାଁରେ ଏତଲା ଦେଇଥିଲେ । ତେବେ।ଏତଲା ଦେବା ପରେ ବି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଦର୍ଶାଇ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି ସଂଯୁକ୍ତା ମହଲ ।

SANJUKTA_MAHALA

ଏଥିରେ ସେ ୫ ଜଣଙ୍କୁ ପକ୍ଷଭୁକ୍ତ କରିଛନ୍ତି । ସେମାନେ ହେଉଛନ୍ତି, ବିଧାୟକ ଶ୍ରୀକାନ୍ତ ସାହୁ, ରାଜ୍ୟ ସରକାର, ପୁଲିସ କମିଶନର, ଡିସିପି ଓ ଭୁବନେଶ୍ୱର ମହିଳା ଥାନା IIC ।

ଗତ ଜୁଲାଇ ୧୦ ତାରିଖରେ ସଂଯୁକ୍ତା ମହଲ ଭୁବନେଶ୍ୱର ମହିଳା ଥାନାରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନାଁରେ ଏତଲା ଦେଇଥିଲେ । ସେତେବେଳେ ସେ ଅଭିଯୋଗ କରିଥିଲେ ଯେ ବିଧାୟକ ଶ୍ରୀ ସାହୁ ତାଙ୍କୁ ମାରି ଦେବାକୁ ଧମକ ଦେଉଛନ୍ତି । ତେବେ ହାଇକୋର୍ଟକୁ ଗଲାପରେ ଏହି ମାମଲା କଣ ମୋଡ ନେବ ତାହା ଦେଖିବାକୁ ବାକି ରହିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+