ଟୁଇନ ସିଟିର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସଂଜୀବ ପଣ୍ଡା
କଟକ-ଭୁବନେଶ୍ୱର (ଟୁଇନ ସିଟି) ର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସଂଜୀବ ପଣ୍ଡା । ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି ।
୧୯୯୪ ବ୍ୟାଚର ଆଇପିଏସ ଅଫିସର ହେଉଛନ୍ତି ସଂଜୀବ ପଣ୍ଡା । କମିଶନର ଭାବରେ ଦାୟିତ୍ୱ ନେବାପରେ ୨୦୨୪ ନିର୍ବାଚନ ତାଙ୍କ ପାଇଁ ହେବ ବଡ଼ ଚ୍ୟାଲେଞ୍ଜ । ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ଟ୍ୱିନ ସିଟିର ନୂତନ ପୋଲିସ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ ସଂଜୀବ ପଣ୍ଡା ।

ପୋଲିସ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ପାଇଁ କାମ କରିବି କହିଲେ ସିପି । ଟୁଇନ୍ ସିଟି ବାସିନ୍ଦାଙ୍କୁ ଉତ୍ତମ ପୋଲିସ ସେବା ଦେବାକୁ ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି । ଆଗାମୀ ସାଧାରଣ ନିର୍ବାଚନରେ ଆଇନଶୃଙ୍ଖଳା ରକ୍ଷା ବଡ଼ ଚ୍ୟାଲେଞ୍ଜ ହେବ ବୋଲି ସେ କହିଛନ୍ତି । ସାଇବର ଅପରାଧ ରୋକିବାକୁ ଖୁବଶୀଘ୍ର ନୂଆ ବ୍ଲୁ ପ୍ରିଣ୍ଟ ହେବା ସହ , ଏଆଇ ଓ ଡିଫ୍ ଫେକ୍ ଫଟୋ ନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।
ସଂଜୀବ ପଣ୍ଡା ରାଜ୍ୟରେ ବିଭିନ୍ନ ବିଭାଗର ସଫଳତାର ସହ କାର୍ଯ୍ୟ କରିଛନ୍ତି I ସେ ରାଉରକେଲା,ପୁରୀ ଆଜି ଜିଲାରେ SP ଭାବରେ ସଫଳତାର ସହ ଦାୟିତ୍ୱ ତୁଲାଇବା ସହିତ ଦକ୍ଷିଣପଶ୍ଚିମାଞ୍ଚଳ DIG,IG,ପର୍ଶନଲ,IG OSAP ରହିଛନ୍ତି I ସେହିପରି ADG କ୍ରାଇମବ୍ରାଞ୍ଚ,ପରିବହନ କମିଶନର,ଗୁଇନ୍ଦା ନିର୍ଦେଶକ ଭାବରେ ଦାୟିତ୍ୱ ତୁଲାଇଥିଲେ I ସଂଜୀବ ପଣ୍ଡା ADG କ୍ରାଇମବ୍ରାଞ୍ଚ ଥିବାବେଳେ ବାଲେଶ୍ୱର DRDO ରେ ଘଟିଥିବା ହନିଟରପି ମାମଲାର ତଦନ୍ତ ଦାୟିତ୍ୱ ସଫଳତାର ସହ ତୁଲାଇଥିଲେ I












Click it and Unblock the Notifications