କୋରେଇ ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ସନ୍ଧ୍ୟାରାଣୀ ଦାସ
ନାମାଙ୍କନ ଭରିଲେ ସନ୍ଧ୍ୟାରାଣୀ ଦାସ ।କୋରେଇ ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥିନୀ ସଂଧ୍ୟାରାଣୀ ଦାସ ଗୁରୁବାର ନାମାଙ୍କନ ଦାଖଲ କରିଛନ୍ତି। ପ୍ରଥମେ ପାଣିକୋଇଲି ତାରିଣୀ ମନ୍ଦିରରେ ପୁଜାର୍ଚ୍ଚନା କରିବା ପରେ ସମର୍ଥକଙ୍କ ସହ ଯାଜପୁରରେ ସଂଧ୍ୟାରାଣୀ ପହଞ୍ଚିଥିଲେ।

ଉପଜିଲ୍ଲାପାଳଙ୍କ ଅଫିସରେ ସେ ୪ ସେଟ ନାମାଙ୍କନ ଦାଖଲ କରିଛନ୍ତି। ଏହି ଆସନରୁ ସଂଧ୍ୟାରାଣୀଙ୍କ ସ୍ୱାମୀ ସ୍ବର୍ଗତ ଅଶୋକ ଦାସ ଲଗାତାର ପ୍ରତିନିଧିତ୍ଵ କରୁଥିଲେ। କୋରେଇକୁ ଅଶୋକ ଦାସଙ୍କ ଗଡ଼ ବୋଲି କୁହାଯାଉଥିବା କୋରେଇରୁ ଏବେ ତାଙ୍କ ଧର୍ମପତ୍ନୀ ପ୍ରାର୍ଥୀ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳିଛି। ଏହା ସହିତ ଏବେ ସେ ବିଜେଡି ସଂଗଠନ ସମ୍ପାଦକ ବବି ଦାସଙ୍କ ମା'।
ତେବେ କୋରେଇ ଆସନରେ ଭାଜପା ଆଶାୟୀ ପ୍ରାର୍ଥୀ ଏବଂ ଅନ୍ୟ ଦଳ ଓ ସଂଘଠନ ରୁ ଶହ ଶହ ବିଜେଡିର ସାମିଲ ହେବା ପରେ ଦଳର ଶକ୍ତି ବୃଦ୍ଧି ପାଇଛି।












Click it and Unblock the Notifications