ଏହି ୩ ଜିଲାରେ ବଢୁଛି ବାଲି ଚୋରା ଚାଲାଣ ମାମଲା, ମନ୍ତ୍ରୀ

ରାଜଧାନୀ ଉପକଣ୍ଠ ସମେତ କଟକ, ବ୍ରହ୍ମପୁର, ଗଞ୍ଜାମ, କୋରାପୁଟ, ବାଲେଶ୍ୱର ଆଦି ଜିଲାରେ ବାଲି ଚୋରି ପ୍ରବଳ ମାତ୍ରାରେ ଚାଲିଛି। ଏହାକୁ ନେଇ ଅଧିକାଂଶ ସମୟରେ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଛି। ହେଲେ କାଗଜପତ୍ରରେ ଏସବୁ ଦେଖିବାକୁ ମିଳୁନାହିଁ । କେଉଁଠି ବାଲି ମାଫିଆ ସରକାରୀ ଅଧିକାରୀଙ୍କ ସହ ସଲାସୁତୁରା କରି ବେପାର ଅନାୟସରେ ଚଳାଉଛନ୍ତି ତ ଆଉ କେଉଁଠି ଅଫିସରଙ୍କୁ ଆକ୍ରମଣର ସମ୍ମୁଖୀନ ହେବାକୁ ପଡୁଛି। ତେବେ କେବଳ ମୟୂରଭଞ୍ଜ, କେନ୍ଦୁଝର ଓ ପୁରୀକୁ ବାଦ୍‌ ଦେଲେ ଆନ୍ତଃରାଜ୍ୟ ବାଲି ଚୋରି ସଂକ୍ରାନ୍ତୀୟ କୌଣସି ମାମଲା ଗତ ୩ବର୍ଷରେ ବାକି ୨୭ ଜିଲାରେ ରୁଜୁ ହୋଇନାହିଁ ।

bibhuti jena

ବିଧାନସଭାରେ ଏଭଳି ତଥ୍ୟ ଦେଇଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା। ସଦସ୍ୟ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଜେନା ଦର୍ଶାଇଛନ୍ତି, ଗତ ୩ବର୍ଷ ମଧ୍ୟରେ କେବଳ ମୟୂରଭଞ୍ଜରେ ବାଲି ଚୋରି ସଂକ୍ରାନ୍ତରେ ଥାନାରେ ଏକାଧିକ ମାମଲା ରୁଜୁ ହୋଇଛି। କେନ୍ଦୁଝରରେ ଗତବର୍ଷ ୫ଟି ଏବଂ ପୁରୀରେ ଗୋଟିଏ ମାମଲା ରୁଜୁ ହୋଇଛି। ତେବେ ମୟୂରଭଞ୍ଜରେ ୨୦୨୧-୨୨ରେ ୧୨୫ଟି ମାମଲା ରୁଜୁ ହୋଇଥିବାବେଳେ ୧୨୮ଜଣ ଗିରଫ ହୋଇଥିଲେ ଏବଂ ୧୩୯ ଯନ୍ତ୍ରାଂଶ ଜବତ ହୋଇଥିଲା। ସେହିପରି ୨୦୨୨-୨୩ରେ ୧୭୫ଟି ମାମଲା ରୁଜୁ ହୋଇଥିବାବେଳେ ୧୬୧ଜଣ ଗିରଫ ଏବଂ ୨୦୫ ଯନ୍ତ୍ରାଂଶ ଜବତ ହୋଇଥିଲା। ୨୦୨୩-୨୪ ଆର୍ଥତ୍କ ବର୍ଷରେ ମାମଲା ସଂଖ୍ୟା ବଢ଼ି ୨୦୫ରେ ପହଞ୍ଚିଥିବାବେଳେ ୨୭୮ ଜଣ ଗିରଫ ହୋଇଥିଲେ ଏବଂ ୩୧୨ଟି ଯନ୍ତ୍ରାଂଶ ଜବତ ହୋଇଥିଲା।
ଏହି ତିନିବର୍ଷ ମଧ୍ୟରେ ଅନୁଗୋଳରେ ୩୪ଟି ଗାଡ଼ି ଜବତ ହୋଇଥିବାବେଳେ ବୌଦ୍ଧରେ ୧୪, ଦେବଗଡ଼ ଗୋଟିଏ, ଝାରସୁଗୁଡ଼ା ୩୯, କନ୍ଧମାଳ ୧୭, କେନ୍ଦୁଝର ୧୯୧, ନୟାଗଡ଼ ୫, ପୁରୀ ୫୮, ସମ୍ବଲପୁର ୨୬, ସୁବର୍ଣ୍ଣପୁର ୨ ଏବଂ ସୁନ୍ଦରଗଡ଼ରେ ୫୭ଟି ଗାଡ଼ି ଜବତ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+