ରତ୍ନ ଭଣ୍ଡାରର ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ରତ୍ନ ଭଣ୍ଡାରର ମରାମତି ପାଇଁ ଚିଠି ଲେଖିଥିବା ଜଣାପଡିଛି ।

sudarshan Patnaik

ରତ୍ନଭଣ୍ଡାର ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ରତ୍ନଭଣ୍ଡାରର ତୁରନ୍ତ ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ପତ୍ନତତ୍ତ୍ୱ ବିଭାଗକୁ ନିର୍ଦ୍ଦେଶ ଦେବାକୁ ମୁଖମନ୍ତ୍ରୀ ମୋହନ ମାଝିଙ୍କୁ ଅନୁରୋଧ କରିଛନ୍ତି । ଭିତର ରତ୍ନଭଣ୍ଡାର ସ୍ଥିତି ଉଦବେଗଜନକ ଅଛି । ଆଗକୁ ବର୍ଷା ଋତୁ ଆସୁଥିବାରୁ ତୁରନ୍ତ ମରାମତିର ଆବଶ୍ୟକତା ଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।

ରତ୍ନଭଣ୍ଡାର କାନ୍ଥ, ଛାତ, ପୁରା ବେସମେଣ୍ଟରେ ଫାଟ ଦେଖିବାକୁ ମିଳିଛି । ୬ ବର୍ଷ ତଳେ ଏହି ଫାଟ ଦେଖାଯାଉଥିବା ଏବେ ସ୍ଥତି ଆହୁରୀ ଜଟିଳ ହେବାର ସମ୍ଭାବନା ରହିଛି । କିନ୍ତୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ଆଲୋଚନା ନହେବା ଦୁଃଖର ବିଷୟ । ତେଣୁ ଘଟଣାକୁ ଗୁରୁତ୍ୱର ସହ ନେଇ ଯଥାଶୀଘ୍ର ମରାମତି କାର୍ଯ୍ୟ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ସୁଦର୍ଶନ ପଟ୍ଟନାୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+