ରତ୍ନ ଭଣ୍ଡାର ପ୍ରସଙ୍ଗରେ ବିସିଆଇ ତଦନ୍ତ ଦାବି କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରତ୍ନଭଣ୍ଡାର ସମ୍ପର୍କରେ ଆଲୋଚନା କରାଯାଇଥିଲା। ମୁଖ୍ୟତଃ ଆଧୁନିକ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରାଯାଇ ରତ୍ନଭଣ୍ଡାର ଯାଞ୍ଚ, ମରାମତି ସହ ପୁରୁଣା ସିନ୍ଦୁକ ଓ ଆଲମାରି ଆଦିକୁ ସ୍ଥାନାନ୍ତର କରିବାକୁ ଆଲୋଚନା ହୋଇଥିଲା।

Sudarshan Patnaik

ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଯୋଗଦେଇ ରତ୍ନଭଣ୍ଡାର ପ୍ରସଙ୍ଗରେ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି।

ମତ ଦେଇଥିଲେ ଯେ, ଗତ ମାସ ୧୪ ତାରିଖରେ ପ୍ରଥମ ଥର ପାଇଁ ରତ୍ନଭଣ୍ଡାରକୁ ତଦାରଖ କମିଟି ପ୍ରବେଶ କରି ବାହାର ରତ୍ନଭଣ୍ଡାରରୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର କରିଥିଲେ। ବାହାର ରତ୍ନଭଣ୍ଡାର ସ୍ଥାନାନ୍ତର କାର୍ଯ୍ୟ ସମ୍ପନ୍ନ କରି ଭିତର ରତ୍ନଭଣ୍ଡାର ନିକଟକୁ ଯାଇଥିଲେ। ତେବେ କମିଟି ଦେଖିବାକୁ ପାଇଥିଲେ ଯେ, ଭିତର ରତ୍ନଭଣ୍ଡାର ଦ୍ୱାରରେ ୩ଟି ତାଲା ପଡ଼ିଛି। ୩ଟି ତାଲା ମଧ୍ୟରୁ ଗୋଟିଏ ସିଲ୍‌ ଥିବାବେଳେ ଦୁଇଟି ତାଲାରେ ସିଲ୍‌ ବା ଜଉମୁଦ ନ ଥିଲା।

ଯାହାକୁ ନେଇ ଭକ୍ତଙ୍କ ମନରେ ଅନେକ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ପରିଚାଳନା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଉକ୍ତ ଘଟଣାର ସିବିଆଇ ତଦନ୍ତ କରାଯିବାକୁ ଅନୁରୋଧ କରାଯାଉ ବୋଲି ସୁଦର୍ଶନ ଦାବି କରିଛନ୍ତି। ଅପରପକ୍ଷରେ ଭିତର ରତ୍ନଭଣ୍ଡାର ଅବସ୍ଥା କ'ଣ ଥିଲା ତାହା ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି, ଯାହାକୁ ନେଇ ଭକ୍ତଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହେଲାଣି।
ତେଣୁ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ସନ୍ଦେହକୁ ଦୂର କରିବା ସହ ସତ୍ୟ ସାମ୍ନାକୁ ଆସିବା ନିମନ୍ତେ ସରକାର ସିବିଆଇକୁ ତଦନ୍ତ ଭାର ଦିଅନ୍ତୁ। ଫଳରେ କେଉଁ ମସିହାରେ ରତ୍ନଭଣ୍ଡାର ଶ୍ରୀମନ୍ଦିରରେ ନିର୍ମାଣ କରାଯାଇଥିଲା, କେବେ ରତ୍ନଭଣ୍ଡାର ଖୋଲାଯାଇଥିଲା ଏବଂ ଏ ସମ୍ପର୍କିତ ଅନ୍ୟାନ୍ୟ ବହୁ ତଥ୍ୟ ଲୋକଲୋଚନକୁ ଆସିପାରିବ। ତେଣୁ ସିବିଆଇ ତଦନ୍ତ କରାଯିବା ଉଚିତ ବୋଲି ସୁଦର୍ଶନ ମତବ୍ୟକ୍ତ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+