ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣ ଘଟଣା: ୧୧ ଜଣ ଅଟକ
ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବେଆଇନ ବାଲିଘାଟରେ ଚଢ଼ଉ କରିବାକୁ ଯାଇଥିବା ବେଳେ ବାଲେଶ୍ଵର ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଏବଂ ତାଙ୍କ ଡ୍ରାଇଭର ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ।

ବାଲେଶ୍ୱର: ବାଲେଶ୍ଵର ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଏବଂ ତାଙ୍କ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ୧୧ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଗତକାଲି ୨ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଜି ୯ ଜଣଙ୍କୁ ଗିରଫ କରି ଜେରା କରାଯାଉଛି । ସେମାନଙ୍କ ମଧ୍ୟରେ ୩ ମହିଳା ଥିବା ନେଇ ସୂଚନା ରହିଛି ।
ସୂଚନାଥାଉ ଯେ, ଗତକାଲି ଉପଜିଲ୍ଲାପାଳ ଦ୍ୱିପ୍ରହର ସମୟରେ ଏକ ବାଲି ବୋଝେଇ ଗାଡ଼ିର କାଗଜପତ୍ର ଯାଞ୍ଚ କରିବାକୁ ଅଟକିଥିବା ବେଳେ ମାଫିଆମାନେ ଉପ ଜିଲ୍ଲାପାଳ ଓ ତାଙ୍କ ଡ୍ରାଇଭରଙ୍କୁ ପଥର ମାଡ଼ କରିଥିଲେ । ସେମାନଙ୍କ ଆକ୍ରମଣରେ ବାଲେଶ୍ୱର ଉପଜିଲ୍ଲାପଳ କୁନାଲ ମୋତିଲାଲଙ୍କ ସମେତ ତାଙ୍କ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ପରେ ଉଭୟ ଉପଜିଲ୍ଲାପାଳ ଓ ଡ୍ରାଇଭରଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରୁ ପୋଲିସ ଉପଜିଲ୍ଲାପାଳଙ୍କ ଗାଡ଼ି ଓ ଅବକାରୀ ଗାଡ଼ିକୁ ଉଦ୍ଧାର କରିଛି । ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ବାଲେଶ୍ଵର ଏସ୍ପି ଓ ଜିଲ୍ଲାପାଳ ପହଞ୍ଚି ଉଭୟଙ୍କୁ ଦେଖାକରିବା ସହ ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି ।












Click it and Unblock the Notifications