Get Updates
Get notified of breaking news, exclusive insights, and must-see stories!

ବାଲୁକା କଳାରେ ସ୍ୱାଗତ ବାଇଡେନ: ଭାରତକୁ ସ୍ଵାଗତ ଲେଖିଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ବାଲୁକା କଳାରେ ସ୍ୱାଗତ ବାଇଡେନ । ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କୁ ବାଲୁକା କଳାରେ ସ୍ୱାଗତ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହା ଅତ୍ୟନ୍ତ ସୁନ୍ଦର ଦେଖାଯିବା ସହ । ଦର୍ଶକ ବହୁତ୍ ପ୍ରଶଂସା କରିଛନ୍ତି ।

ଦୁଇ ହଜାର ମାଟି ଦୀପ ବ୍ୟବହାର କରି ଏହି ବାଲୁକା କଳାକୁ ନିର୍ମାଣ କରାଯାଇଛି । ବାଲୁକା କଳାରେ ଆମେରିକା ରାଷ୍ଟ୍ରପତିଙ୍କୁ ସ୍ବାଗତ କରାଯାଇଛି । ଏହାକୁ ନିର୍ମାଣ କରିବା ପାଇଁ ସୁଦର୍ଶନଙ୍କୁ ପ୍ରାୟ ୫ ଘଣ୍ଟା ସମୟ ଲାଗିଥିଲା ।

ବାଲୁକା କଳା ମାଧ୍ୟମରେ ଜି-୨୦ ସମ୍ବିଳନୀରେ ଯୋଗଦାନ ପାଇଁ ଆସୁଥିବା ଡେଲିଗେଟସମାନଙ୍କୁ ସ୍ବାଗତ କରିଛନ୍ତି ସୁଦର୍ଶନ । ପୁରୀ ବେଳାଭୁମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିର୍ମାଣ କରିଛନ୍ତି ଏହି ବାଲୁକା କଳା ।

୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବାଇଡେନ । ତେବେ ଦେଶ ଛାଡିବା ପୂର୍ବରୁ ବାଇଡେନଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା । କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିବା ପରେ ବାଇଡେନ ଭାରତ ଆସିବା ନେଇ ସ୍ପଷ୍ଟ ହୋଇଛି ।

joe_biden_g20

ସୂଚନାଅନୁସାରେ, ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଏବଂ ବାଇଡେନଙ୍କ ଭିତରେ ବୈଠକ ହୋଇପାରେ । ବାଇଡେନଙ୍କ ପତ୍ନୀ ତଥା ଫାଷ୍ଟ ଲେଡି ଜିଲ୍ଲି ବାଇଡେନ୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ବାଇଡେନ ମଧ୍ୟ ପଜିଟିଭ୍ ଥିବା ଆଶଙ୍କା କରାଯାଉଥିଲା ହେଲେ କୋଭିଡ୍ ଟେଷ୍ଟ୍ ପରେ ବାଇଡେନଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ଯାହା ପରେ ସେ ଭାରତ ଆସିବା ନେଇ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଜାରି କରାଯାଇଛି ।

ସେହିପରି ଭାରତର ରାଜଧାନୀ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ଲି. କିଆଙ୍ଗ ଯୋଗଦେବା ନେଇ ସୂଚନା ରହିଛି ।

ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ ସୋମବାର ସେପ୍ଟେମ୍ବର ୪ରେ ଏହି ସୂଚନା ଦେଇଥିଲେ । ଜି -20 ଶିଖର ସମ୍ମିଳନୀ ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏହା ୧୮;ତମ ଜି -20 ଶିଖର ସମ୍ମିଳନୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+