Get Updates
Get notified of breaking news, exclusive insights, and must-see stories!

ହାତୀ ଘୋଡା ପାଲ୍ କି ଜୟ କହ୍ନେୟା ଲାଲ୍ କି: ଜନ୍ମାଷ୍ଟମୀ ପାଇଁ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

ବାଲୁକା କଳାରେ ବାଲ୍ ଶ୍ରୀକୃଷ୍ଣ । ପୁରୀ ବେଳାଭୂମିରେ ପବିତ୍ର ଜନ୍ମାଷ୍ଟମୀ ପାଇଁ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ଗଢିଲେ ବାଲୁକାକୃତି । ଦେଖିଲେ ଆଜ୍ଞା ଆପଣଙ୍କ ଆଖି ଝଲସିଲା ଭଳି ବାଲୁକାକୃତି ।

ବାଲୁକାକଳାରେ ବ୍ରହ୍ମାଣ୍ଡର ଆକୃତି ମଧ୍ୟରେ ଏକ ଟୋକେଇରେ ବାଳୁତ କୃଷ୍ଣଙ୍କ ଶୟନ ମୁଦ୍ରାର ରଙ୍ଗୀନ ଚିତ୍ର ଆଙ୍କିଛନ୍ତି ସୁଦର୍ଶନ ପଟ୍ଟନାୟକ । କଳାଟି ଖୁବ ହୃଦୟସ୍ପର୍ଶୀ ଓ ଆକର୍ଷଣୀୟ ହୋଇଥିବା ବେଳେ ଵାସୁଦେବ ବାଳୁତ କୃଷ୍ଣଙ୍କୁ ନେଇ ଯମୁନା ପାରି ହେବା ବେଳର ଦୃଶ୍ୟକୁ ମନ ଭିତରେ ଆଙ୍କି ଦେଉଛି ।

ଯାହାକୁ ଖୁବ ପ୍ରଶଂସା କରିଛନ୍ତି ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା । ପ୍ରାୟ ୧୫ ଟନ ବାଲିରେ ୧୦ ଫୁଟ ଉଚ୍ଚ ଓ ୮ଫୁଟ ଲମ୍ବର ଏହି କଳାଟିକୁ ଗଢି ତୋଳିଛନ୍ତି ସୁଦର୍ଶନ । ଏହି କଳାକୃତି ଦେଖି ସମସ୍ତେ ଆତ୍ମ ବିଭୋର ହୋଇ ଯାଇଛନ୍ତି ।

ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ । ଏହା ଥିଲା ତାଙ୍କର ଶ୍ରୀକୃଷ୍ଣ ଅବତାର । କଂସଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦିଶାଳାରେ ଅର୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମ ଲାଭ କରିଥିଲେ ।

SAND_ART_JANMASHTAMI

ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବ ମହା ସମାରୋହରେ ପାଳନ କରାଯାଏ । ଏହିଦିନ ଲୋକେ ଉପବାସ ରଖିଥାନ୍ତି, ଓ ରାତ୍ରି ୧୨ ଘଟିକାକୁ କୃଷ୍ଣଜନ୍ମ ଉତ୍ସବ ପାଳନ କରିସାରି ଉପବାସ ଭାଙ୍ଗିଥାନ୍ତି। ଏହିଦିନ ଗାଁର ଭାଗବତ ଟୁଙ୍ଗୀମାନଙ୍କରେ ଅଥବା କାହାରି ଘର ବା ମଠ ମନ୍ଦିରରେ ହରିବଂଶ ପୁରାଣ ପାଠ କରାଯାଏ ।

ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ସନ୍ଧ୍ୟାଧୂପ ଶେଷ ହେବାପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ।

ଶ୍ରୀଜଗନ୍ନାଥ ସଂସ୍କୃତି ଅନୁଯାୟୀ, ମହାପ୍ରଭୁ ପରଂବ୍ରହ୍ମ ହୋଇଥିବାରୁ ଜନ୍ମାଷ୍ଟମୀ ପୂର୍ବଦିନ ସେ ହିଁ ଦେବକୀ ଭାବେ ଗର୍ଭକଷ୍ଟ ଭୋଗୁଥିବା ପରିକଳ୍ପନା କରାଯାଏ । ଆଉ ଏଇଥିପାଇଁ ଆୟୋଜିତ ହୁଏ ସ୍ଵତନ୍ତ୍ର ବନ୍ଦାପନା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+