୫୦୦୦ ଲେମ୍ବୁରେ ମାଆଙ୍କ ପ୍ରତିକୃତି; ଟିମ ଭାରତକୁ ଆଶୀର୍ବାଦ ଦେବା ପାଇଁ ବାଲୁକାକଳା ମାଧ୍ୟମରେ ପ୍ରାର୍ଥନା କଲେ ସୁଦର୍ଶନ
ଆସୁଛନ୍ତି ମା' । ୫୦୦୦ ଲେମ୍ବୁ ବ୍ୟବହାର କରି ମାଆଙ୍କ ଦିବ୍ୟ ପ୍ରତିକୃତି କଲେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବାଲୁକାକଳାରେ ୫୦୦୦ ଲେମ୍ବୁ ବ୍ୟବହାର କରି ମାଆଙ୍କ ଦିବ୍ୟ ପ୍ରତିକୃତି ଗଢିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।
ନବରାତ୍ରୀ ଚାଲିଥିବା ବେଳେ ଦେବୀ ଦୁର୍ଗା ମା'ଙ୍କ ଆରାଧନା ପାଇଁ ପୁରା ଦେଶ ଚଳଚଞ୍ଚଳ ହୋଇଥିବା ବେଳେ ଏହି ଶାରଦୀୟ ପୂଜା ସମୟରେ ହିଁ ବିଶ୍ୱକପ ଅଭିଯାନ ଜାରି ରଖିଛି ଭାରତ । ଭାରତ ତିନୋଟି ମ୍ୟାଚ୍ ଜିତି ଏବେ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି ।
ତେଣୁ ଟିମ ଭାରତକୁ ବିଶ୍ୱକପ ପାଇଁ ଆଶୀର୍ବାଦ ଦେବାକୁ ମାଆଙ୍କୁ ଏହି ବାଲୁକାକଳା ମାଧ୍ୟମରେ ପ୍ରାର୍ଥନା କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହି ବାଲୁକାକଳାରେ ଟିମ ଭାରତ କ୍ୟାପଟେନ ରୋହିତ ଶର୍ମାଙ୍କୁ ମାଆଙ୍କ ଚରଣଆଶ୍ରିତ ହୋଇ ଆଶୀର୍ବାଦ ନେବାର ଚିତ୍ର ଦେଖାଯାଇଛି ।

କର୍ଣ୍ଣାଟକର ବିଜାପୁର ଜିଲ୍ଲା ବାଶ୍ୱେଶ୍ୱର ଆଦିଶକ୍ତି ତରୁଣ ମଣ୍ଡଳ ସହପୀଠ ଅଞ୍ଚଳରେ ଏହି କୃତିକୁ ପ୍ରସ୍ତୁତ କରିଛନ୍ତି ସୁଦର୍ଶନ । ସୁଦର୍ଶନ କହିଛନ୍ତି ପ୍ରଥମ ଥର ପାଇଁ ବାଲୁକାକଳାରେ ସେ ଲେମ୍ବୁ ବ୍ୟବହାର କରିଛନ୍ତି । ତେବେ ଅତି ଆକର୍ଷଣୀୟ ଏହି ବାଲୁକାକଳାଟିକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଜନ ସମାଗମ ହୋଇଥିବା ଦେଖିବାକୁ ମିଳିଛି ।












Click it and Unblock the Notifications