Get Updates
Get notified of breaking news, exclusive insights, and must-see stories!

ଶିଶୁ ଦିବସ ଅବସରରେ "ସଂପର୍କ' ତରଫରୁ ଶିଶୁ ସୁରକ୍ଷା ଓ ଶିଶୁ ଅଧିକାର କର୍ମଶାଳା ଅନୁଷ୍ଠିତ

ଶିଶୁ ଦିବସ ଅବସରରେ ବିଶ୍ବମ୍ଭର ବିଦ୍ୟାପୀଠ ଠାରେ ଶିଶୁ ସୁରକ୍ଷା ଓ ଶିଶୁ ଅଧିକାର ସମ୍ପର୍କରେ ଏକ କର୍ମଶାଳା ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା।ଶିଶୁ ସୁରକ୍ଷା ୟୁନିଟ ଓ ସଂପର୍କ ଅନୁଷ୍ଠାନ ପକ୍ଷରୁ ବିଶ୍ୱମ୍ଭର ବିଦ୍ୟାପୀଠ ରେ ଆୟୋଜିତ ଏହି କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଅଜିତ କୁମାର ମହାପାତ୍ର ଶିଶୁ କୁ ତାହାର ଅଧିକାର ରୁ ବଞ୍ଚିତ ନ କରିବା ଓ ଶିଶୁର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ।ଏହାର ବ୍ୟାପକ ସଚେତନତା ପାଇଁ ସମସ୍ତ ସ୍ତରରେ ଉଦ୍ୟମ ହେଉଛି ବୋଲି ସେ କହିଥିଲେ।ବିଶ୍ବମ୍ଭର ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ,

childrens day

ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ପଦ୍ମନାଭ ପଣ୍ଡା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଅତିଥି ଛାତ୍ର ସ୍ନେହା ସାହୁ ଓ ଆଲବର୍ଟ ଅଧ୍ୟୟନ ଯୋଗ ଦେଇ ଶିଶୁ ମାନଙ୍କର ସାମ୍ପ୍ରତିକ ସ୍ଥିତି, ସେମାନଙ୍କ ଅଧିକାର ଓ ସୁରକ୍ଷା, ସଚେତନତା ବ୍ୟବସ୍ଥା, ଆଇନ ବ୍ୟବସ୍ଥା ଓ ପୁରୀ ଜିଲ୍ଲା ର ଶିଶୁ ମାନଙ୍କ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।ଶିକ୍ଷକ ସୁରେଶ ଚନ୍ଦ୍ର ତ୍ରିପାଠୀ ଅତିଥି ପରିଚୟ ଓ

ସମ୍ପର୍କ ଅନୁଷ୍ଠାନର ସମ୍ପାଦକ ସୌମେନ୍ଦ୍ର ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ପ୍ରାରମ୍ଭରେ ବନ୍ଦେ ମାତରମ ସଂଗୀତ ଗାନ, ନିଶା ମୁକ୍ତି ଶପଥ ପାଠ ଓ ବୃକ୍ଷ ସେବା ଅନୁଷ୍ଠିତ ହୋଇଥିଲା।ଶେଷରେ ସମ୍ପର୍କ ର ଅର୍ଥ ସମ୍ପାଦକ ରାକେଶ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।ସଂପର୍କ ଅନୁଷ୍ଠାନ ତରଫରୁ ଏକକାଳୀନ ବିଶ୍ୱମ୍ଭର ବିଦ୍ୟାପୀଠ,

ପ୍ରଶାନ୍ତି ଇଣ୍ଟରନ୍ୟାସ୍ନାଲ,ବିରହରେକୃଷ୍ନ ପୁର ନୋଡାଲ ଉଚ୍ଚ ବିଦ୍ୟାଳୟ,ତୃତୀୟାଦେଵ ବିଦ୍ୟାନିକେତନ ସୁକୋଳ, ଠାରେ ନିଟ ଫାଉଣ୍ଡେସନ ର ସହଯୋଗ ରେ ଶିଶୁ ସୁରକ୍ଷା ଏବଂ ଅଧିକାର ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୧୨୪୫ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ବାସୁଦେବ ସେନାପତି,ଅଭୟ ଅମିତ ସାହୁ,ଦେବେନ୍ଦ୍ର ରଥ, ଜଗନ୍ନାଥ ଖୁଣ୍ଟିଆ,ରାକେଶ ସେଠି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+