Get Updates
Get notified of breaking news, exclusive insights, and must-see stories!

ଫୁଟବଲ ଆସୋସିଏସନ୍ ଅଫ୍ ଓଡିଶାର ସଭାପତି ହେବା ପରେ ଓସିଏରୁ ବବି ଦାସଙ୍କ ଇସ୍ତଫା ଦାବି କଲେ ସମୀର ଦେ

ଫାଓର ସଭାପତି ହେଲେ ବରିଷ୍ଠ ବିଜେପି ନେତା ସମୀର ଦେ । ଫୁଟବଲ ଆସୋସିଏସନ୍ ଅଫ୍ ଓଡିଶାର ସଭାପତି ହେଲେ ସମୀର ଦେ । ଜଣେ ମାତ୍ର ପ୍ରାର୍ଥୀ ହୋଇଥିବାରୁ ନିଦ୍ୱର୍ନ୍ଦ୍ୱରେ ହେଲେ ନିର୍ବାଚିତ । ଆସନ୍ତା ୨୧ ତାରିଖରେ ଔପଚାରିକ ଭାବେ ଘୋଷଣା କରାଯିବ । ଜଣେ ମାତ୍ର ପ୍ରାର୍ଥୀ ହୋଇଥିବାରୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେହିପରି ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ଆଶୀର୍ବାଦ ବେହେରା ।

ବିଭିନ୍ନ ପଦପଦବୀ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଚୂଡାନ୍ତ ହୋଇଛି। ଏହି ନିର୍ବାଚ‌ନରେ ମୋଟ ୨୪୧ ଜଣ ଭୋଟର ରହିଛନ୍ତି। ସଂଘର ସଭାପତି, ସାଧାରଣ ସଂପାଦକ, ଉପସଭାପତି, ଯୁଗ୍ମ ସଂପାଦକ, କୋଷାଧ୍ୟକ୍ଷ ଓ ଅନ୍ୟ ପଦପଦବୀ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହେବ।

ଶ୍ରୀ ସାମନ୍ତରାୟ ରାଧାରମଣ କ୍ଲବ୍ ପକ୍ଷରୁ ଫାଓକୁ ପ୍ରତିନିଧିତ୍ବ କରୁଥିଲେ। ଗତ ଦୁଇଥର ତାଙ୍କୁ ବିନା ପ୍ରତିଦ୍ବନ୍ଦ୍ବିତାରେ ସଭାପତି ଭାବେ ନିର୍ବାଚିତ କରାଯାଉଥିଲା। ଏଥର ଦେବାଶିଷଙ୍କ ନିଜ ଇଚ୍ଛାରେ ପଦ ଛାଡିଥିବାରୁ ନୂତନ ସଭାପତି କିଏ ହେବ ତାକୁ ନେଇ କଳ୍ପନାଜଳ୍ପନା ଦେଖାଦେଇଛି। ଏଥର ରାଧାରମଣ କ୍ଲବ୍ ପକ୍ଷରୁ ଦେବାଶିଷଙ୍କ ନାମ ଆସି ନଥିବା ବେଳେ ରାଇଜିଂ ଷ୍ଟୁଡେଣ୍ଟ୍‌ କ୍ଲବ୍‌ ତରଫରୁ ବିଜେପି ନେତା ସମୀର ଦେଙ୍କ ନାମ ଆସିଥିବାରୁ ସେ ସଭାପତି ହେବାର ଆଶା ଉଜ୍ବଳ ହୋଇଥିଲା। ସରକାର ପରିବର୍ତ୍ତନ ହେବା ପରେ ଏବେ ରାଜ୍ୟ କ୍ରୀଡା ସଂଘରେ ମଧ୍ୟ ପରିବର୍ତ୍ତନ ‌ହେବା ଆରମ୍ଭ ହୋଇଛି।

ଓସିଏରୁ ବବି ଦାସଙ୍କ ଇସ୍ତଫା ଦାବି କରିଛନ୍ତି ସମୀର ଦେ। ଫାଓ ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ପରେ ସମୀରଙ୍କ ପ୍ରତିକ୍ରିୟା
ଓସିଏ ସଭାପତି ପଦରୁ ବବି ଦାସ ଇସ୍ତଫା ଦେବା ଉଚିତ୍ ।

ଓସିଏ କିମ୍ବା କ୍ରୀଡ଼ାର ବବି ଦାସ କିଛି ଉନ୍ନତି କରିନାହାନ୍ତି। କେବଳ ନିଜର ଫାଇଦା ପାଇଁ ସେ ଓସିଏରେ ଅଛନ୍ତି । କ୍ରିକେଟରେ ବି ପରିବର୍ତ୍ତନର ଆବଶ୍ୟକତା ଅଛି ବୋଲି ସମୀର କହିଛନ୍ତି । ପୂର୍ବ ସରକାର ବିଭିନ୍ନ କ୍ରୀଡ଼ା ସଂଗଠନକୁ କବ୍‌ଜା କରିଥିଲା ବୋଲି ସେ କହିଛନ୍ତି ।

Samir Dey

କ୍ରୀଡ଼ାର ଉନ୍ନତି ନ କରି ରାଜନୈତିକ ଫାଇଦା ପାଇଁ ବ୍ୟବହାର କରୁଥିଲା । 'କ୍ରୀଡ଼ା କ୍ଷେତ୍ରରେ ହୋଇଥିବା ବଡ଼ ବଡ଼ ଦୁର୍ନୀତିରେ IASଙ୍କ ହାତ ଅଛି । ଏ ସରକାର ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସମୀର କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+