ସମୀରଙ୍କ ସାଂଘାତିକ କାରନାମ, ଢେଙ୍କାନାଳରୁ ଚମ୍ପୁଆ ....

ସମୀର ସାହୁଙ୍କ ବିବାଦର ଚିଠା କିନ୍ତୁ ବେଶ ଲମ୍ବା । ଚାକିରି ଜୀବନ ଆରମ୍ଭରୁ ହିଁ ପ୍ରାଧାପକ ଜଣକ ବିବାଦୀୟ ଥିଲେ । ଢେଙ୍କାନାଳ ଜିଲା ଭୁବନର ବାଜିରାଉତ ମେମୋରିଆଲ କଲେଜରୁ ଚାକିରି ଆରମ୍ଭ କରିଥିଲେ । ନିଜର ବିବାଦୀୟ କାର୍ଯ୍ୟକଳାପ ପାଇଁ ସେଠାରେ ସେ ଛଟେଇ ହୋଇଥିଲେ ।

ଏହି ଘଟଣା ପରେ ତାଙ୍କୁ କେନ୍ଦୁଝରର ଚମ୍ପୁଆ ଚନ୍ଦ୍ରଶେଖର କଲେଜକୁ ବଦଳି କରାଯାଇଥିଲା । ଏଠାରେ ଅଧ୍ୟାପକ ଭାବେ କାମ କରୁଥିବାବେଳେ ଜନୈକ ଛାତ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖି ଧରାପଡ଼ିଥିଲେ । ଯେଉଁଥିପାଇଁ ତାଙ୍କୁ ବାଲେଶ୍ୱରକୁ ବଦଳି କରାଯାଇଥିଲା ।

Sameer s deadly act from Dhenkanal to Champua

ଏଜୁକେସନ ବିଭାଗରେ କନିଷ୍ଠ ଅଧ୍ୟାପକ ଭାବେ ୨୦୨୧ ମସିହା ଅକ୍ଟୋବର ୧୦ରୁ ୨୦୨୩ ଫେବ୍ରୁଆରୀ ୨୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଚମ୍ପୁଆ କଲେଜରେ ତାଙ୍କର ୧ ବର୍ଷ ୪ ମାସର କାର୍ଯ୍ୟକାଳ ବିବାଦ ଭରି ରହିଥିଲା । ନିୟମିତ ସେ କ୍ଳାସ ବାହାନାରେ ଛାତ୍ରୀମାନଙ୍କୁ ଦୀର୍ଘ ସମୟ ଧରି କ୍ଳାସରେ ଅଟକାଇ ରଖୁଥିଲେ। ଛାତ୍ରୀଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କୁ ବ୍ଲାକମେଲିଂ କରି ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ପରୀକ୍ଷାରେ ଭଲ ନମ୍ବର ରଖିବା ପାଇଁ କେବଳ ଛାତ୍ରୀ ନୁହେଁ ଛାତ୍ରଙ୍କୁ ମଧ୍ୟ ବ୍ୟବହାର କରି ଧରାପଡ଼ିଥିଲେ । ଅନେକ ସମୟରେ ପଢ଼ାଇବା ବାହାନାରେ ଛାତ୍ରୀ ରହୁଥିବା ମେସ ଓ ହଷ୍ଟେଲକୁ ଯାଇ ସମୟ ଅତିବାହିତ କରୁଥିଲେ ।

ନିରୋଳାରେ ମଧ୍ୟ ଛାତ୍ରୀଙ୍କୁ ନେଇ ବୁଲାବୁଲି କରି ଧରାପଡ଼ିଥିଲେ । ତାଙ୍କର ଚାରିତ୍ରିକ ଦୋଷ ଯୋଗୁଁ କଲେଜର ଅନେକ ସହକର୍ମୀ ତାଙ୍କୁ ପସନ୍ଦ କରୁ ନଥିଲେ । ଅଭିଯୋଗ ହୋଇଥିଲେ ମଧ୍ୟ କର୍ତ୍ତୃପକ୍ଷ ତାଙ୍କୁ ଘଣ୍ଟ ଘୋଡ଼ାଇ ରଖୁଥିବା ନେଇ ଶୁଣିବାକୁ ମିଳିଛି । ତାଙ୍କ ଘର କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳରେ ହୋଇଥିବା ବେଳେ ଜଣେ ଟାଣୁଆ ରାଜନେତାଙ୍କ ସମ୍ପର୍କୀୟ ଯୋଗୁଁ ସେ କଲେଜ କର୍ତ୍ତୃପକ୍ଷଙ୍କୁ ନିଜ କବଜାରେ ରଖି ଛାତ୍ରୀଛାତ୍ରଙ୍କୁ ବ୍ଲାକମେଲିଂ କରୁଥିଲେ। ବାଲେଶ୍ୱର ଘଟଣା ପରେ ଏବେ ତାଙ୍କ ବିରୋଧରେ ସାଂଘାତିକ ଖୁଲାସା ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+