ସମୀର ନେବେ ବଡ ନିଷ୍ପତ୍ତି ! ଏକ୍ସରେ ଦେଲେ ସୂଚନା

ସରଗରମ। ହେବାରେ ଲାଗିଛି ନିମାପଡ଼ା ରାଜନୀତି । ସମସ୍ତଙ୍କ ନଜର ସମୀର ରଞ୍ଜନ ଦାସଙ୍କ ଉପରେ । ନେବେକି ବଡ ନିଷ୍ପତ୍ତି । ସମୀରଙ୍କ ଟ୍ବିଟ ରାଜ୍ୟ ରାଜନୀତିକୁ ସରଗରମ କରିଛି। ଟିକେଟ୍‌ ନ ମିଳିବାରୁ ଅସନ୍ତୁଷ୍ଟ ସମୀରଙ୍କ ପରବର୍ତ୍ତୀ ପଦକ୍ଷେପ କ'ଣ ହେବ ତା' ନେଇ ଗତ କିଛିଦିନ ଧରି ଚର୍ଚ୍ଚା ଲାଗି ରହିଛି। ଆଉ ଏଥିରେ ଖୋରାକ ଯୋଗାଇଛି ସମୀରଙ୍କ ଟ୍ବିଟ୍‌।

samir das

ଶନିବାର ନିର୍ବାଚିତ ପ୍ରତିନିଧିଙ୍କ ସହ ୩ ହଜାରରୁ ଅଧିକ କର୍ମୀ ଦଳ ଛାଡିବା ନେଇ ଲିଖିତ ଭାବେ ଜଣାଇଛନ୍ତି । ତୁରନ୍ତ ପ୍ରାର୍ଥୀ ପରିବର୍ତ୍ତନ କରିବା ପାଇଁ ଚେତାବନୀ ଦେଇଥିବା ବେଳେ ଦଳକୁ ୧୨ ଘଣ୍ଟିିଆ କଣ୍ଟ ଦେଇଛନ୍ତି । ଏହାରି ଭିତରେ ଚର୍ଚ୍ଚା ବଢାଇଛି ସମୀର ଦାଶଙ୍କ ଟ୍ବିଟ । ନିଜ ଏକ୍ସ'ରେ ସେ ଲେଖିଛନ୍ତି, ସମସ୍ତଙ୍କୁ ହୃଦୟରୁ ସାଧୁବାଦ। ଏଥିସହ ସମୀରପରିବାର ମଧ୍ୟ ଲେଖିଛନ୍ତି। ତେବେ ସେ କେଉଁ ଆଡକୁ ଇଙ୍ଗିତ କରି ଏପରି ଲେଖିଛନ୍ତି ସେ ନେଇ ଚର୍ଚ୍ଚା ବଢିବାରେ ଲାଗିଛି।

କହିରଖୁଛୁ କି, ନିମାପଡା ନିର୍ବାଚନମଣ୍ଡଳୀରେ ବିଜେଡି ଟିକେଟ ପାଇଁ ଆଶୟୀ ଥିଲେ ସମୀର । ମାତ୍ର ଦଳ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ଯାହାକୁ ନେଇ ସମୀରଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+