ମୁହଁ ଖୋଲିଲେ ସମ୍ବିତ,ନିର୍ବାଚନ ଫଳାଫଳକୁ ନେଇ ଦେଲେ ବଡ ବୟାନ

ନିର୍ବାଚନ ଫଳାଫଳ ଆସିବାର ମାସକ ପରେ ଆଜି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି ନେତା ତଥା ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ। ସେ କହିଛନ୍ତି, ନବୀନ ପଟ୍ଟନାୟକ ହାରିନାହାନ୍ତି। ତାଙ୍କୁ ହରାଇ ଦିଆଯାଇଛି। ତାଙ୍କୁ ସୁଚିନ୍ତିତ ଭାବେ ହରାଇ ଦିଆଯାଇଛି।

Sambit Rautarai

ସମ୍ବିତ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ଢୋଲ ଭିତରେ ମୂଷା ରହିଲେ। ମୂଷା କିଏ ଆପଣ ଜାଣିଥିବେ। ଆଜି ନହେଲେ କାଲି ସେ ମୂଷା କଢ଼ା ହେବେ। ସରକାର ବହୁତ କାମ କରିଛନ୍ତି। ତଥାପି ଲୋକ ଆମକୁ ହରାଇ ଦେଲେ। ହାରିବାର ଅନେକ କାରଣ ରହିଛି। ହାରିବା କାରଣ ପାଣ୍ଡିଆନ କି ପ୍ରଶ୍ନରେ ସମ୍ବିତଙ୍କ ଉତ୍ତର ଥିଲା 'ହୋଇପାରେ'।

ଏଥର ନିର୍ବାଚନରେ ବିଜେଡି ମାତ୍ର ୫୧ଟି ଆସନ ଜିତିଥିବା ବେଳେ ଖୋଦ୍ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ଆସନରେ ପରାଜିତ ହୋଇଥିଲେ। ତେବେ ସେ ହିଞ୍ଜିଳି ଆସନରୁ ବିଜୟୀ ହୋଇଥିଲେ। ଏହି ଆସନରେ ନବୀନ ମାତ୍ର ୪ ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଥିଲେ।

ସୂଚନାଯୋଗ୍ୟ, ସମ୍ବିତଙ୍କୁ ଦଳ ଏଥର ପ୍ରାର୍ଥୀ କରି ନଥିଲା। ତାଙ୍କ ବଦଳରେ ତାଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟଙ୍କ ପ୍ରାର୍ଥୀ କରିଥିଲା। ତେବେ ସେ ହାରି ଯାଇଥିଲେ। ଏହି ଆସନରୁ ବିଜେପି ନେତା ସମ୍ପଦଚନ୍ଦ୍ର ସ୍ୱାଇଁ ବିଜୟୀ ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+