Get Updates
Get notified of breaking news, exclusive insights, and must-see stories!

ବିଜେପି ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡ଼ିଲେ ସମ୍ବିତ ଓ ଅପରାଜିତା

ରାଜ୍ୟର ବିଧାନସଭା ଓ ଲୋକସଭା ନିର୍ବାଚନ ବିଜେପି ଆଜି ତା'ର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସମେତ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଓ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏହି ତାଲିକାରୁ ବାଦ୍ ଦେଇଛି ।

bjp

ଓଡ଼ିଶା ପାଇଁ ଦଳ ପକ୍ଷରୁ ଆଜି ଜାରି ତୃତୀୟ ସଂଶୋଧିତ ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ୬ଜଣ ନେତାଙ୍କୁ ବାଦ୍ ଦେଇ ୬ ଜଣ ନୂଆ ନେତାଙ୍କୁ ସାମିଲ କରାଯାଇଛି । ଯେଉଁ ନେତାମାନଙ୍କୁ ଚଳିତଥର ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଛି ସେମାନେ ହେଲେ କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ସମେତ ଦଳର ବରିଷ୍ଠ ନେତା କେଭି ସିଂହଦେଓ, ବିମ୍ବାଧର କୁଅଁର, ସୁରେଶ ପୂଜାରୀ, ଯତୀନ ମହାନ୍ତି ଓ ବିରଂଚି ନାରାୟଣ ତ୍ରିପାଠୀ ରହିଛନ୍ତି ।

ଚଳିତଥର ଦଳ ଯେଉଁ ନେତାମାନଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ଦେଇଛି ସେମାନେ ହେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ,ଛତିଶଗଡ଼ ଅର୍ଥମନ୍ତ୍ରୀ ଓପି ଚୌଧୁରୀଙ୍କ ସମେତ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବରିଷ୍ଠ ନେତା ସମ୍ବିତ ପାତ୍ର ରହିଛନ୍ତି । ଅପରାଜିତା ଭୁବନେଶ୍ୱରରୁ ଓ ସମ୍ବିତ ପୁରୀରୁ ସାଂସଦ ପ୍ରାର୍ଥୀ ଅଛନ୍ତି ।

ଏହି ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକାରେ ପୂର୍ବଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଜନାଥ ସିଂହ, ଅମିତ୍ ଶାହ, ନିତିନ ଗଡ଼କରୀ, ଯୋଗୀ ଆଦିତ୍ୟ ନାଥ,ହେମନ୍ତ ବିଶ୍ୱଶର୍ମା, ମୋହନ ଯାଦବ, ସ୍ମୃତି ଇରାନୀ, ଭୂପିନ୍ଦର ଯାଦବ, ବୈଜୟନ୍ତ ପଣ୍ଡା, ମନମୋହନ ସାମଲ, ଧର୍ମେନ୍ଦ୍ର ପ୍ରଧାନ, ସୁନୀଲ ବଂଶଲ, ଅର୍ଜୁନ ମୁଣ୍ଡା, ଅଶ୍ୱିନୀ ବୈଷ୍ଣବ, ବିଜୟପାଲ ସିଂ ତୋମାର, ତେଜସ୍ୱୀ ସୂର୍ଯ୍ୟା, ହେମାମାଳିନୀ, ଲତା ଉଷେଣ୍ଡି, ବିଶେଶ୍ୱର ଟୁଡ଼ୁ, ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ, ବସନ୍ତ ପଣ୍ଡା, ସମୀର ମହାନ୍ତି, ଗୋଲକ ମହାପାତ୍ର, ମାନସ ମହାନ୍ତି, ଶାରଦା ଶତପଥୀ, ସୀମାଂଚଳ ଖଟେଇ, ଅନୁଭବ ମହାନ୍ତି, ହରିହର ମହାପାତ୍ର, ପିଙ୍କି ପ୍ରଧାନ ଓ ଶ୍ରୀତମ ଦାସ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+