Get Updates
Get notified of breaking news, exclusive insights, and must-see stories!

ସମ୍ବଲପୁରୀ ପୋଷାକକୁ ମିଳବ GI ଟ୍ୟାଗ୍: ଘୋଷଣା କଲେ କେନ୍ଦ୍ର ସରକାର

ସମ୍ବଲପୁର: ଓଡ଼ିଶାର ଲୋକପ୍ରିୟ ସମ୍ବଲପୁରୀ ଶାଢୀକୁ ମିଳିବ ଜିଆଇ ଟ୍ୟାଗ୍ । ସମ୍ବଲପୁରୀ ଶାଢୀ ସହିତ ସମସ୍ତ ସମ୍ବଲପୁରୀ ପୋଷାକକୁ ଜିଆଇ ଟ୍ୟାଗ୍ ପ୍ରଦାନ କରାଯିବା ନେଇ ଉଦ୍ୟମ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର ।

ଗତ ଶନିବାର ସମ୍ବଲପୁରରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ଏକ କାର୍ଯ୍ୟକ୍ରମରେ ବୟନଶିଳ୍ପ ମନ୍ତ୍ରଣାଳୟର ବୟନଶିଳ୍ପ କମିଶନର ରୋପ ରାଶି ଏହି ସୂଚନା ଦେଇଛନ୍ତି । ଓଡ଼ିଶାର ମାଷ୍ଟର ବୁଣାକାରମାନଙ୍କ ପାଇଁ କ୍ଷୁଦ୍ର ବ୍ୟବସାୟ ପରିଚାଳନା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଓଡ଼ିଶାରେ ହସ୍ତତନ୍ତ ବ୍ୟବସାୟକୁ ସହଯୋଗ କରିବା ପାଇଁ ଫ୍ଲିପକାର୍ଟ ସମେତ ଅନ୍ୟାନ୍ୟ ପ୍ରତିଷ୍ଠିତ ସଂସ୍ଥାଗୁଡ଼ିକ ସହିତ ରଣନୈତିକ ସହଯୋଗକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।

Sambalpuri Cloth

ବର୍ତ୍ତମାନ ସାରା ବିଶ୍ୱରେ ସମ୍ବଲପୁରୀ ବସ୍ତ୍ରର ଲୋକପ୍ରିୟତା ଏବଂ ଚାହିଦା ବୃଦ୍ଧି ପାଉଥିବାରୁ ଏହାକୁ ମହାନ୍ ସମ୍ମାନରେ ସମ୍ମାନିତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ସମ୍ବଲପୁରୀ ବସ୍ତ୍ରକୁ ଜିଆଇ ଟ୍ୟାଗ୍ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଥିବା କହିଛନ୍ତି ବୟନଶିଳ୍ପ କମିଶନର ରୂପ୍ ରାଶି । ଏହାଦ୍ୱାରା ଓଡ଼ିଶାର ଆଉ ଏକ ସ୍ୱତନ୍ତ୍ରତାକୁ ମଧ୍ୟ ଉଚ୍ଚ ସମ୍ମାନରେ ସମ୍ମାନିତ କରାଯାଇ ପାରିବ । ଯାହାକୁ ନେଇ ଏବେ ରାଜ୍ୟବାସୀଙ୍କ ପାଇଁ ଏକ ଖୁସିର ମୁହୂର୍ତ୍ତ ଆସିଛି ।

ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ କହିଛନ୍ତି ଯେ, ଓଡ଼ିଶାର ବୁଣାକାର ଓ କାରିଗରଙ୍କୁ ଶିକ୍ଷାଦାନ ଓ ତାଲିମ ପ୍ରଦାନ ଜାରି ରହିବ। ସେମାନେ ଫ୍ରାନ୍ସର ପ୍ୟାରିସସ୍ଥିତ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଏଜୁକେସନ ୟୁନିଭର୍ସିଟି କନସୋର୍ଟିୟମ ସହ ବୁଝାମଣା ସ୍ୱାକ୍ଷର କରିଥିବା ବେଳେ ଦିଲ୍ଲୀରେ ଏହାର କ୍ୟାମ୍ପସ ଥିବାରୁ ବୁଣାକାରଙ୍କ ହସ୍ତତନ୍ତ ଉତ୍ପାଦ ଦିଲ୍ଲୀ, ପ୍ୟାରିସରେ ପ୍ରଦର୍ଶିତ ହେବ ବୋଲି ସେ କହିଛନ୍ତି । ତାଲିମ ନେଇଥିବା ୧୭ ଜଣ ମାଷ୍ଟର ବୁଣାକାର ଓଏନଡିସି ଡିଜିଟାଲ ପ୍ଲାଟଫର୍ମରେ ଯୋଗ ଦେଇ ସେମାନଙ୍କ ଉତ୍ପାଦ ବିକ୍ରି ଆରମ୍ଭ କରିଛନ୍ତି। ଏହି ପ୍ଲାଟଫର୍ମରେ ଖୁବଶୀଘ୍ର ପାଖାପାଖି ୧୦୦ ବୁଣାକାରଙ୍କ ଉତ୍ପାଦ ପ୍ରଦର୍ଶିତ ହେବ।

ସୂଚନାଥାଉ କି, ବର୍ତ୍ତମାନ ଓଡ଼ିଶା ସମେତ ସାରା ବିଶ୍ୱରେ ସମ୍ବଲପୁରୀ ବସ୍ତ୍ରର ଲୋକପ୍ରିୟତା ବୃଦ୍ଧି ହେବାରେ ଲାଗିଛି । ଏହାର ଆକର୍ଷଣୀୟ ଡିଜାଇନ ଏବଂ ହାତବୁଣା କାରୁକାର୍ଯ୍ୟ ଲୋକଙ୍କୁ ଆକୃଷ୍ଟ କରିଥାଏ । ତେବେ ସାରା ବିଶ୍ୱରେ ସମ୍ବଲପୁରୀ ବସ୍ତ୍ରର ବଢୁଥିବା ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଏହାକୁ ଜିଆଇ ଟ୍ୟାଗ ଦେବା ପାଇଁ ଘୋଷଣା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+