କଡ଼ା ସୁରକ୍ଷା ସତ୍ତ୍ୱେ ବି ଶୋଭାଯାତ୍ରାରେ ହିଂସା, ଜଣେ ମୃତ
ସମ୍ବଲପୁର : ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁରରେ ହିଂସା । ପୋଲିସର କଡ଼ା ସୁରକ୍ଷା ସତ୍ତ୍ୱେ ବି ଅଶାନ୍ତ ହେଲା ସହର । ହିଂସାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।
ଶୁକ୍ରବାର ରାତିରେ ସହର ଭିତରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଚାଲିଥିବା ବେଳେ ପୋଲିସ୍ ପ୍ରଶାସନ କଡ଼ା ସୁରକ୍ଷା ବ୍ୟବସ୍ଥା କରିଥିଲା । ଏହାର ସୁଯୋଗ ନେଇ ଅସାମାଜିକ ଉପାଦାନ ସହରର ଭିନ୍ନଭିନ୍ନ ସ୍ଥାନରେ ହିଂସା ଭିଆଇଛନ୍ତି । ରାତି ପ୍ରାୟ 8 ଟାବେଳେ ଟାଉନ୍ ଥାନା ଅନ୍ତର୍ଗତ ଦଲେଇପଡ଼ା ସଂଲଗ୍ନ ରିଂ ରୋଡରେ ଯୁବକଙ୍କୁ ଆକ୍ରମଣ କରାଯାଇଛି । ଏଥିରେ ଚିନ୍ତାମଣି ମିର୍ଦ୍ଦା ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଆକ୍ରମଣକାରୀମାନେ ଏହି ଘଟଣା ପରେ ଫେରାର ହୋଇଯାଇଛନ୍ତି ।

ଏହା ବାଦ୍ ସହରର ଜିଲ୍ଲା ସ୍କୁଲ ଛକ, ପେନ୍ସନ୍ ପଡ଼ା, ଲକ୍ଷ୍ମୀଟକିଜ୍ ଛକ, ଗୋଲବଜାର ଆଦି ସ୍ଥାନରେ ଶୋଭାଯାତ୍ରା ଚାଲିଥିବା ସମୟରେ ପଥର ମାଡ଼ ହୋଇଥିବା ଖବର ରହିଛି । ବିଏସ୍ଏଫ୍ ମାର୍ଗ, ଗୋଲବଜାର, ଜେଇଟି ଟକିଜ୍, ଦଳେଇପଡ଼ା, ଫାଟକ, ଚାରଭାଟି, ଗୋବିନ୍ଦକୋଲା ଆଦି ଅଞ୍ଚଳରେ ଦୋକାନ ଜଳାପୋଡ଼ା ଓ ଭଙ୍ଗାରୁଜା ହୋଇଛି । ନାନା ପ୍ରକାର ଗୁଜବ ପୁଲିସ ପାଇଁ ସମସ୍ୟା ସୃଷ୍ଟି କରିଛି ।
ଏହା ପୂର୍ବରୁ ବୁଧବାର ହନୁମାନ ଜୟନ୍ତୀ ସମନ୍ୱୟ ସମିତିର ବାଇକ ରାଲି ଉପରେ ହୋଇଥିଲା ପଥରମାଡ଼ । ଏହାପରଠାରୁ କିଛି କିଛି ସ୍ଥାନରେ ଭଙ୍ଗାରୁଜା, ପୋଡ଼ାଜଳା ଆରମ୍ଭ ହୋଇଥିଲା । ପରିସ୍ଥିତିରେ ସୁଧାର ଆଣିବା ପାଇଁ ଡିଆଇଜି, ଏସ୍ପି, ବଛା ବଛା ପୁଲିସ ଅଧିକାରୀ ଏବଂ 42 ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ ହୋଇ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଥିଲେ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications