ସ୍ବାଭାବିକ ହେଉଛି ସମ୍ବଲପୁରରେ ସ୍ଥିତି, ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ବଜାରରେ ଲୋକଙ୍କ ଭିଡ
ସମ୍ବଲପୁର: ସ୍ବାଭାବିକ ହେଉଛି ସମ୍ବଲପୁରରେ ସ୍ଥିତି । ଆଜି କର୍ଫ୍ୟୁ କଟକଣାକୁ କୋହଳ ଅଧିକ କୋହଳ କରାଯାଇଛି । ସକାଳ ସାଢେ ୭ଟାରୁ ୧୦ଟା ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏଁ କଟକଣାକୁ କୋହଳ କରାଯାଇଛି । ଫଳରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ବଜାରରେ ଲୋକଙ୍କ ଭିଡ ଲେଖିବାକୁ ମିଳିଛି ।

ସେପଟେ ସମ୍ବଲପୁରରେ କର୍ଫ୍ୟୁ ଭିତରେ CDS ଓ ASO ପରୀକ୍ଷା ଅନଷ୍ଠିତ ହୋଇଛି । ରେଳ ଷ୍ଟେସନ ଓ ବସଷ୍ଟାଣ୍ଡରୁ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀଙ୍କ ପାଇଁ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ । ରାଜ୍ୟ ତଥା ରାଜ୍ୟ ବାହାର ପରୀକ୍ଷାର୍ଥୀ ସମ୍ବଲପୁର ଆସୁଥିବାବେଳେ ସେମାନଙ୍କର ଖାଇବା ପିଇବାର ସମସ୍ତ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ କରିଥିବା ଦେଖିବାକୁ ମିଳିଛି । ମୋଟ ୪ଟି ବସର ବ୍ୟବସ୍ଥା କରାଯାଇ ମୁଖ୍ୟ ଷ୍ଟେସନ ଓ ସିଟି ରେଳ ଷ୍ଟେସନରୁ ପରୀକ୍ଷାର୍ଥୀଙ୍କ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।
ଗତକାଲି ସମ୍ବଲପୁରକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ ଡିଜିପି ସୁନୀଲ ବଂଶଲ । ବିଭିନ୍ନ ସ୍ଥାନକୁ ଯାଇ ଆଇନଶୃଙ୍ଖଳା ବ୍ୟବସ୍ଥାର ତଦାରଖ କରିଥିଲେ । ଖୁବଶୀଘ୍ର ସମ୍ବଲପୁରରେ ସ୍ବାଭାବିକ ସ୍ଥିତି ଫେରିବ ବୋଲି ଡିଜିପି କହିଛନ୍ତି ।












Click it and Unblock the Notifications