ଆରମ୍ଭ ହେଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା; ଆଜି ଦେବ ନିମନ୍ତ୍ରଣ

ଆରମ୍ଭ ହେଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ନନ୍ଦପଡ଼ାର ଦେବାଧିଦେବ ମହାଦେବ ଓ ଜଗଜ୍ଜନନୀ ମା' ପାର୍ବତୀଙ୍କର ପତରପେଣ୍ଡି ବା ନିର୍ବନ୍ଧ ଅନୁଷ୍ଠିତ ହୋଇଛି । ଏହାପରେ ବରପିତା ଓ ସପ୍ତଋଷୀ ବାହାରିଥିଲେ ମହାଦେବଙ୍କ ପାଇଁକନ୍ୟା ଅନ୍ୱେଷଣରେ ।

ଏକ ଭବ୍ୟ ପଟୁଆରରେ ଘଂଟ, ଶଙ୍ଖ, ଦୁଲୁଦୁଲି, ଧମାଲ ବାଦ୍ୟର ତାଳେ ତାଳେ ବାହାରିଥିଲା ମହାଦେବଙ୍କ ପଟୁଆର । ଏହା ପରେ କନ୍ୟା ଖୋଜି ଖୋଜି ବରପକ୍ଷ ପହଂଚିଥିଲେ ସମ୍ବଲପୁର ସୁମନ୍ତ ପଣ୍ଡାଓ ନୀତିପ୍ରିୟା ଦେବୀଙ୍କ ଘରେ ।

ସମ୍ବଲପୁର ନନ୍ଦପଡ଼ାର ବମବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡୀ ବା ନିର୍ବନ୍ଧ ଉତ୍ସବ ରାତିରେ ସମ୍ପନ୍ନ ହୋଇଯାଇଛି । ଗୁରୁବାର ସଂଧ୍ୟା ପ୍ରାୟ ୭ଟାରେ ଦେବ ବେଦ ମହାଦେବଙ୍କ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥିଲା ।

sital sasthi jatra

ସେଠାରେ ପହଂଚିବା ପରେ ବରପକ୍ଷଙ୍କୁ କନ୍ୟା ଘର ତରଫରୁ ସ୍ୱାଗତ କରାଯାଇଥିଲା । ଏଠାରେ ବରପକ୍ଷ କନ୍ୟାପକ୍ଷଙ୍କୁ ମହାଦେବଙ୍କ ପାଇଁ ଏକ ସୁଯୋଗ୍ୟ କନ୍ୟା ଥିବାର ସୂଚନା ପାଇ ଆସିଥିବାର ବରପିତା କହିଥିଲେ । ଏହା ପରେ କନ୍ୟାପକ୍ଷ ସାମ୍ନାରେ ବରର ଗୁଣଗାନ କରିଥିଲେ ସାଙ୍ଗରେ ଆସିଥିବା ସପ୍ତଋଷି ।

କନ୍ୟାପକ୍ଷ ରାଜି ହେଲା ପରେ ସପ୍ତଋଷୀଙ୍କ ଉପସ୍ଥିତିରେ ଦେବୀ ପାର୍ବତୀଙ୍କୁ ବେଲ ପତ୍ର ଫୁଲ ଏବଂ ଗୋଟିଏ ବିଡ଼ା ସରଗି ପତ୍ର ଦେଇ ବୋହୁ ହିସାବରେ ବାଛିଛନ୍ତି ବରପିତା । ଏହା ସହ ପତରପେଣ୍ଡି ବା ନିର୍ବନ୍ଧ ସମ୍ପନ୍ନ ହୋଇଛି । ଆଜି ଦେବ ନିମନ୍ତ୍ରଣ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+