ସମ୍ବଲପୁର ହିଂସା: ଆଉ ୬ ଗିରଫ, ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ
ସମ୍ବଲପୁର: ସମ୍ବଲପୁର ହିଂସା କାଣ୍ତ ଘଟଣା । ଆଉ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ୧୨ ତାରିଖ ହନୁମାନ ଜୟନ୍ତି ସମୟରେ ପଥରମାଡ଼ ପାଇଁ ୩ ଜଣ ଏବଂ ୧୪ ତାରିଖରେ ଦୋକାନ ଭଙ୍ଗାରୁଜା ପାଇଁ ୩ ଜଣଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ୍ ଗିରଫଦାରୀ ସଂଖ୍ୟା ୮୫କୁ ବଢିଲା ।
ସେହିପରି ସମ୍ବଲପୁରରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ଇଣ୍ଚରନେଟ୍
ବନ୍ଦ କରାଯିବା ସହ ସୋସିଆଲ ମିଡିଆ ଅପବ୍ୟବହାର ଆଶଙ୍କାରେ କଟକଣା ବଢିଲା ।

ଅନ୍ୟପକ୍ଷରେ, ସମ୍ବଲପୁରରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ କର୍ଫ୍ୟୁ କୋହଳ କରାଯାଇଛି । ଆଜି ସକାଳ ୭ଟା ୩୦ରୁ ୧୧ ଟା ୩୦ ପର୍ଯ୍ୟନ୍ତ ସହରର ସମସ୍ତ ଦୋକାନ ବଜାର ଖୋଲାରହିବ । ସେହିପରି ଅପରାହ୍ନ ୩.୩୦ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ମଧ୍ୟ ଜିନିଷପତ୍ର କିଣିବା ପାଇଁ ଦୋକାନ ଖୋଲାଜିବ । ସେହିପରି ଆଜିଠାରୁ ବର୍ଦ୍ଧିତ କୋହଳ ସମୟ ଲାଗୁ କରାଯାଇଛି ।
ସୂଚନାଥାଉ ଯେ, ଧିରେ ଧିରେ ସମ୍ବଲପୁର ସ୍ଥିତି ସୁଧୁରିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ସହରରେ କୌଣସି ସ୍ଥାନରେ ଗଣ୍ତଗୋଳ
ହୋଇ ନାହିଁ । ସେପଟେ SRC ସମ୍ବଲପୁରରେ ପହଁଞ୍ଚି ସ୍ଥିତି ସମୀକ୍ଷା କରିବା ସହ ଭାଇଚାର ବଜୟ ରଖିବା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି । ସେହିପରି ଏହି ଘଟଣା ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି ପୋଲିସ ଡିଜି ।












Click it and Unblock the Notifications