ସମ୍ବଲପୁର ମହାନଗର ନିଗମ ନିର୍ବାଚନ ବାଟ ଫିଟିଲା : ୬ ସପ୍ତାହରେ ସାନି ନିର୍ବାଚନ ବିଜ୍ଞପ୍ତି ନିର୍ଦେଶ

ପ୍ରାୟ ଦେଢ଼ ଦଶନ୍ଧି ପରେ ସମ୍ବଲପୁର ମହାନଗର ନିଗମ (ଏସ୍‌ଏମସି) ନିର୍ବାଚନ ପାଇଁ ବାଟ ଫିଟିଛି। ୬ ସପ୍ତାହ ଭିତରେ ସାନି ନିର୍ବାଚନ ବିଜ୍ଞପ୍ତି ପ୍ରକାଶ କରିବାକୁ ରାଜ୍ୟ ସରକାରଙ୍କୁ ଓଡ଼ିଶା ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ସଂରକ୍ଷଣ ନିୟମ ଆଧାରରେ ସରକାର ସାନି ବିଜ୍ଞପ୍ତି ପ୍ରକାଶ କରିବେ।

ଅନ୍ୟପକ୍ଷରେ ୨୦୧୫ରେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ୱାର୍ଡ ପୁନର୍ଗଠନ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ୱାର୍ଡ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ଟପିବାରୁ ବିବାଦ ଉପୁଜିଥିଲା। ଫଳରେ ହାଇକୋର୍ଟରେ ଏଥିନେଇ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦେଶ ଯୋଗୁଁ ଏସଏମସି ନିର୍ବାଚନ ଅଟକି ରହିଥିଲା। ୨୦୧୪ ମସିହାରେ ସମ୍ବଲପୁର ମହାନଗର ନିଗମ ମାନ୍ୟତା ପାଇଥିଲା। ସମ୍ବଲପୁର ପୌର ପରିଷଦ ସହ ବୁର୍ଲା ଓ ହୀରାକୁଦ ଏନଏସି ଏବଂ ମାନେଶ୍ବର ବ୍ଲକର ୫ ଓ ଧନକଉଡ଼ା ବ୍ଲକର ୭ଟି ପଞ୍ଚାୟତକୁ ନେଇ ଏହି ନୂତନ ଏସଏମସି ଗଠନ ହୋଇଥିଲା। ଏହି ପରିପ୍ରେକ୍ଷୀରେ ୨୦୧୫ ମସିହାରେ ରାଜ୍ୟ ସରକାର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ୫୦ ପ୍ରତିଶତରୁ ଅଧିକ ୱାର୍ଡ ସଂରକ୍ଷିତ ଟପିବାରୁ ବୁର୍ଲାର ୱାର୍ଡ ୪ରୁ ଜଣେ ବାସିନ୍ଦା ଓଡ଼ିଶା ହାଇକୋର୍ଟରେ ରିଟ୍‌ ପିଟିସନ୍‌ ଦାୟର କରିଥିଲେ।

Sambalpur Municipal Corporation Elections

ଆବେଦନକାରୀ ତାଙ୍କ ପିଟିସନରେ ଦର୍ଶାଇଥିଲେ ଯେ ସରକାରଙ୍କ ଦ୍ବାରା ପ୍ରକାଶିତ ସଂରକ୍ଷଣ ବିଜ୍ଞପ୍ତିରେ ଆଇନକୁ ଉଲ୍ଲଙ୍ଘନ କରାଯାଇଛି। ସମ୍ବଲପୁର ମହାନଗର ନିଗମ ଗଠନ ପାଇଁ ସୀମା ନିର୍ଦ୍ଧାରଣ ନିମନ୍ତେ ୱାର୍ଡ ପୁନର୍ଗଠନ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ଅନୁଯାୟୀ ସମ୍ବଲପୁର ମହାନଗର ନିଗମର ୪୧ଟି ୱାର୍ଡରେ ବିଭକ୍ତ କରାଯାଇଥିଲା। ସେଥିମଧ୍ୟରୁ ୪ଟି ୱାର୍ଡକୁ ତଫସିଲଭୁକ୍ତ ଜାତି ପାଇଁ ସଂରକ୍ଷିତ ରଖାଯାଇଥିଲା ବେଳେ ୫ଟି ୱାର୍ଡ ତଫସିଲଭୁକ୍ତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା। ସେହିଭଳି ୬ଟି ୱାର୍ଡ ତଫସିଲଭୁକ୍ତ ଉପଜାତି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଥିଲା ବେଳେ ୩ଟି ୱାର୍ଡକୁ ତଫସିଲଭୁକ୍ତ ଉପଜାତି ମହିଳାଙ୍କ ନିମନ୍ତେ ସଂରକ୍ଷିତ କରାଯାଇଥିଲା। ଅନୁରୂପ ଭାବେ ୧୨ଟି ୱାର୍ଡକୁ ପଛୁଆ ବର୍ଗ ଏବଂ ୬ଟି ପଛୁଆ ବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିଲା। ଅନ୍ୟ ୭ଟି ୱାର୍ଡ ସାଧାରଣ ବର୍ଗ ମହିଳା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପାଇଁ ୭ଟି ୱାର୍ଡକୁ ସଂରକ୍ଷିତ ରଖାଯାଇଥିଲା। ତେବେ ମୋଟ୍‌ ୪୧ଟି ୱାର୍ଡ ମଧ୍ୟରୁ ୨୧ଟି ୱାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବାରୁ ଏହା ସଂରକ୍ଷଣ ଆଇନର ଖୋଲା ଉଲ୍ଲଙ୍ଘନ। ସଂରକ୍ଷଣ ଆଇନରେ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ନ କରିବା ପାଇଁ ଆଇନ ରହିଥିବା ବେଳେ ସମ୍ବଲପୁର ମହାନଗର ନିଗମ ୱାର୍ଡ ସଂରକ୍ଷଣ ସମୟରେ ଏଥିରେ ଉଲ୍ଲଙ୍ଘନ କରାଯାଇଛି ବୋଲି ଆବେଦନକାରୀ ଦର୍ଶାଇଥିଲେ। ସେହିପରି ବିଭିନ୍ନ ବର୍ଗର ଲୋକସଂଖ୍ୟା ଅନୁପାତରେ ସଂରକ୍ଷଣ ବ୍ୟବସ୍ଥା ଠିକ ଭାବେ ହୋଇନାହିଁ। ଏ ବାବଦରେ ଆପତ୍ତି ଅଭିଯୋଗ ଉପରେ ଶୁଣାଣି ହୋଇ ନ ଥିଲା ବୋଲି ଅଭିଯୋଗ କରାଯାଇଥିଲା। ତେଣୁ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ୱାର୍ଡ ପୁନର୍ଗଠନ ବିଜ୍ଞପ୍ତିକୁ ରଦ୍ଦ କରିବା ପାଇଁ ନିର୍ଦେଶ ଦେବାକୁ ଆବେଦନକାରୀ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+