ବିଜେପି ଛାଡିଲେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ
ବିଜେପି ଛାଡିଲେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ । ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଲେ ସୂଚନା ।ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଦେଲେ ଇସ୍ତଫା।

ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର କରି ନୀତେଶ ଗଙ୍ଗଦେବ ଲେଖିଛନ୍ତି, "ମୋର ଅସୁସ୍ଥତା କାରଣରୁ ମୁଁ କିଛି ଦିନ ପାଇଁ ରାଜନୈତିକ କାର୍ଯ୍ୟକଳାପରୁ ବିରତି ନେଇ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଉଛି । ଆପଣ ଆମର ବାମଣ୍ଡା ରାଜ ପରିବାରର ରାଣୀ ଓ ମୋର ଧର୍ମପତ୍ନୀ ଅରୁନ୍ଧତୀ କୁମାରୀ ଦେବୀଙଙ୍କୁ ସହଯୋଗ ଓ ଆଶୀର୍ବାଦ ଦେବ ବୋଲି ଆଶା ଏବଂ କାମନା କରୁଛି ।
ସୂଚନାଯୋଗ୍ୟ ଯେ, ସମ୍ବଲପୁରରୁ ବିଜେପି ସାଂସଦ ଥିଲେ ନୀତେଶ ଗଙ୍ଗଦେବ । ହେଲେ ଏଥର କିନ୍ତୁ ବିଜେପି ତାଙ୍କୁ ଟିକେଟ୍ ଦେଇନଥିଲା । ତାଙ୍କ ବଦଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ପ୍ରାର୍ଥୀ ହେଇଥିଲେ । ଅନ୍ୟପଟେ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ମଧ୍ୟ କିଛି ଦିନ ତଳେ ବିଜେଡିରେ ବିଦ୍ଧିବଦ୍ଧ ଭାବେ ସାମିଲ ହେଇଥିଲେ । ଖାଲି ସେତିକି ନୁହେଁ, ନୀତେଶଙ୍କ ପତ୍ନୀଙ୍କୁ ବିଜେଡି ଦେବଗଡ ବିଧାନସଭା ଆସନରୁ ପ୍ରାର୍ଥୀ ମଧ୍ୟ ଘୋଷଣା କରିଥିଲା । ଆଉ ଏହାର କିଛି ଦିନ ପରେ ନୀତେଶ ବିଜେପିରୁ ଇସ୍ତଫା ଦେବା ଚର୍ଚ୍ଚା ବଢାଇଛି ।












Click it and Unblock the Notifications